ବିଜେପି ପାଳିଲା କାର୍ଗିଲ ବିଜୟ ଦିବସ। ଏହି ବିଜୟର କାର୍ଯ୍ୟକ୍ରମରେ ସାମିଲ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ ସଂଙ୍ଘ । ୨୫ ବର୍ଷ ତଳର ସେ ଲୋମହର୍ଷକାରି ଯୁଦ୍ଧରେ ଦେଶ ପାଇଁ ସହିଦ ହୋଇଥିବା ଅନେକ ଯବାନଙ୍କୁ ମନେପକାଇ ତାଙ୍କ ପାଇଁ ଦୀପ ପ୍ରଜ୍ବଳନ କରିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ତିନିମୁହାଣୀ ଛକରେ ଥିବା ଅମର ଯବାନ ସ୍ତମ୍ଭ ତଳେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସହ ଅବସରପ୍ରାପ୍ତ ସେନା ମାନେ ଯୋଗଦେଇ କାର୍ଗିଲ ବିଜୟ ଦିବସ ପାଳନ କରିଛନ୍ତି। ଏଥିରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୋଭନ ଆଚାର୍ଯ୍ୟଙ୍କ ସହ ବିଜେପି ନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ସେଠୀ ଉପସ୍ଥିତ ଥିଲେ।