ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଭୋଳାନାଥ ଅଞ୍ଚଳରେ ଥିବା ଏକ ଘରର ତୃତୀୟ ଓ ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ଦୁଇ ଶିଶୁଙ୍କୁ ଉଦ୍ଧାର କରିଛନ୍ତି।
ସୂଚନା ଅନୁଯାୟୀ, ସକାଳ ସାଢ଼େ ୫ଟାରେ ଅଗ୍ନିକାଣ୍ଡ ସମ୍ପର୍କରେ ପୁଲିସକୁ ଖବର ମିଳିଥିଲା। ଏହାପରେ ଅଗ୍ନିଶମ ବାହିନୀର ୬ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ତରବରିଆ ଭାବେ ନିଆଁକୁ ଆୟତ୍ତ କରିଥିଲେ। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଦମକଳବାହିନୀ କହିଛି ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।
ସୂଚନାଯୋଗ୍ୟ, ଜାତୀୟ ରାଜଧାନୀରେ ଅଗ୍ନିକାଣ୍ଡଜନିତ ମୃତ୍ୟୁ ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏହିଭଳି ଅଭାବନୀୟ ଘଟଣା ଘଟିଥିବା ନଜିର ରହିଛି। ବିଦ୍ୟୁତ ସର୍ଟସର୍କିଟ ହେଉ ଅଥବା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡରେ ଅନେକ ସମୟରେ ଅଘଟଣ ଘଟିଛି, ଯେଉଁଥିରେ ଲୋକଙ୍କର ମୃତ୍ୟୁ ହୋଇଛି।
ଅଧିକ ପଢ଼ନ୍ତୁ: ଇମ୍ରାନ୍ ଖାନ୍ଙ୍କ କାରଣରୁ ଭାରତ ସହ ସମ୍ପର୍କ ଖରାପ ହୋଇଛି