ଭୁବନେଶ୍ୱର: ଭରତପୁର ଘଟଣାଟଣାର ଛାପ ମନରୁ ଲିଭି ନଥିବା ବେଳେ ଗୁରୁବାର ପୁଣି ଏହି ଅଧ୍ୟାୟର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଛି। ଯେତେ ଚେଷ୍ଟା କଲେ ବି ସୁଧୁରୁନାହାନ୍ତି ମଦୁଆମାନେ। ପୁଣି ବିଳମ୍ୱିତ ରାତିରେ ଡିଆଇଜିଙ୍କୁ ଆକ୍ରମଣ କରାଯାଇଛି। ନିଶାସକ୍ତ ଅବସ୍ଥାରେ କିଛି ଯୁବକ ଏପରି କାଣ୍ଡ ଭିଆଇଥିବାର ଦେଖିବାକୁ ମିଳିଥିଲା। ତେବେ ଏ ନେଇ ଖୋଦ ଡ଼ିଆଇଜି ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚଳାଇଛି ।
ଗତକାଲି ରାଜଧାନୀର ରାଜରାସ୍ତାରେ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ ନିଜର ପରିବାରକୁ ନେଇ କୌଣସି ଏକ କାମରେ ବାହାରକୁ ଯାଇଥିବା ବେଳେ, କିଛି ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କ ସହିତ ଏବଂ ତାଙ୍କର ପରିବାର ସହିତ ଖରାପ ବ୍ୟବହାର ପଦର୍ଶନ କରିଥିଲେ। ତେବେ ଯୁବକମାନେ ନିଶାସକ୍ତ ଅବସ୍ଥାରେ ଥିବା ଯୋଗୁ ସେମାନଙ୍କ ସହିତ ଡିଆଇଜି ଏସ୍.ଆର୍. ଦାସ ବେଶି ଯୁକ୍ତିତର୍କ ନ କରି ପୋଲିସକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ଏହାପରେ ନିଜେ ନିଜର ପରିବାର ସହିତ ସୁରକ୍ଷିତ ଘରେ ପହଞ୍ଚିସାରିବା ପରେ ନିଜେ ନିଜର ଟିମ ସହ ନୟାପଲ୍ଲୀ ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ ଦେଇଥିଲେ।
ତେବେ ପୋଲିସ ଏ ମାମଲାକୁ ଗୁରୁତର ଭାବରେ ନେବା ସହ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।