ଆଜି ଓ ଆସନ୍ତାକାଲି ମୁମ୍ବାଇରେ ନିବେଶକ ସମ୍ମିଳନୀ ସହ ରୋଡ୍ ସୋ’ର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ ଯୋଗଦେବେ । ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିପରି ଓଡ଼ିଶା ଶିଳ୍ପାୟନର ଉନ୍ନତି ଆଡକୁ ଅଗ୍ରସର ହେବ ସେନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ରାଜ୍ୟ ସରକାର ମୁମ୍ବାଇରେ ନିବେଶକ ଓ ପୁଞ୍ଜି ନିବେଶକଙ୍କ ସହ ବିସ୍ତୁତ ଭାବରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଣ୍ଡିଆ କେମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ଆସନ୍ତାକାଲି ୩ ଶହରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ଓଡିଶାରେ ଶିଳ୍ପାୟନର ଉନ୍ନତି ପାଇଁ ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ପାଇଁ ସରକାର ଏକ ନୂଆ ପ୍ରୟାସ କରିଛନ୍ତି । ଯେମିତି ଭବିଷ୍ୟତରେ ଶିଳ୍ପାୟନ ଓଡ଼ିଶାର ବିକାଶରେ ବାଧା ସୃଷ୍ଟି ନ କରୁ ।