ଭୁବନେଶ୍ଵର: ଆସନ୍ତା ୨୧ ରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପ୍ରଭାବରେ ଅକ୍ଟୋବର ୨୨ ରେ ଏହା ଲଘୁଚାପ ଏବଂ ଅକ୍ଟୋବର ୨୩ ରେ ଅବପାତର ରୂପ ନେବା ନେଇ କିଛି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । ଏହାକୁ ନେଇ ଅକ୍ଟୋବରରେ ବାତ୍ୟା ଚର୍ଚ୍ଚା ହେଉଛି । ସେପଟେ ଭାରତୀୟ ପାଣିପାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।
ତେବେ ପାଣିପାଗ ବିଶେଷଜ୍ଞଙ୍କ ମତରେ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯାଇଛି । ଯେଉଁ ମଡେଲ ଆସିଛି ସେଥିରେ ବାତ୍ୟାର ସଙ୍କେତ ମିଳୁଛି । କିନ୍ତୁ ଓଡ଼ିଶା ଉପରେ ପ୍ରଭାବ ରହିବ କି ନାଇଁ ତାର ଚିତ୍ର ଅକ୍ଟୋବର ୨୧ରେ ସ୍ପଷ୍ଟ ହେବ। ତେବେ ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ ପୁଣି ଥରେ ଘନେଇଛି ।
ଏହାର ପ୍ରଭାବରେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ପାଣିପାଗ ବିଭାଗ ପକ୍ଷରୁ କୌଣସି ୱାର୍ଣ୍ଣିଂ ଦିଆଯାଇନଥିବା ବେଳେ ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି। ଲଘୁଚାପ ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।