ମୁଁ ତୁମକୁ ମାରିବି । ତୁମର ସବୁ କେଶ କାଟିଦେବି। ଆରେ ୟାର...ରାଗ ଆସୁଛି
Khabar Odisha:Ill-kill-you-Ill-cut-off-all-your-hair-Hey-ya--rage-is-coming
ଦିଲ୍ଲୀ,ନଭେମ୍ବର 24(ଖବର ଓଡ଼ିଶା):

ସାଧାରଣତଃ ଛୋଟ ପିଲା ମାନେ ଚୁଟି କାଟିବା ପାଇଁ ଡ଼ରିଥାନ୍ତି କାରଣ ସେମାନେ ଭାବନ୍ତି କି ତାଙ୍କର ମୁଣ୍ଡ କାଳେ କଟିଯିବ ହେଲେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସେଲୁନ୍ ରେ କେଶ କାଟିବା ବେଳେ ଛୋଟିଆ ପିଲା ଟି ରାଗରେ ସେଲୁନ୍ ବାଲାକୁ କେତେ କଣ କହିପକାଉଛି । ଯାହାକୁ ଆପଣ ଦେଖିଲେ ଆପଣଙ୍କ ସହ କୁ ଅଟକାଇ ପାରିବେ ନାହିଁ ।

ସେଲୁନରେ ଯେମିତି ହିଁ କେଶ କାଟିବା ଆରମ୍ଭ ହୋଇଛି ସେ ଜୋରରେ କାନ୍ଦିବାକୁ ଲାଗିଛି ଏବଂ ଜୋରରେ ପାଟି କରିବାକୁ ଲାଗିଲା। ଆଉ କହୁଛି – ‘ଆରେ ତୁମେ କଣ କରୁଛ? ତୁମେ ପୁରା କେଶ କାଟିଦେବ କି ? କୁନି ଝିଅକୁ ଶାନ୍ତ କରିବା ପାଇଁ ସେଲୁନ୍ ବଏ ତାଙ୍କ ନାମ ପଚାରୁଛନ୍ତି, ଯେଉଁଥିରେ ସେ କହିଛନ୍ତି, ‘ମୋର ନାମ ଅନୁଶ୍ରୃତ ଏବଂ ମୁଁ କେଶ କାଟିବାକୁ ଚାହୁଁନାହିଁ। ତା’ପରେ ସେ ଜୋରରେ ପାଟି କରି କହିଲା, ଆରେ ତୁମେ କାହିଁକି ଅଧିକ କେଶ କାଟୁଛ, ତାହା କର ନାହିଁ, ଆରେ ୟାର..।’ସେ ଆହୁରି ବି କହୁଛି, ‘ମୁଁ ତୁମକୁ ମାରିବି ।

ରାଗ ଆସୁଛି, ମୁଁ ତୁମର ସମସ୍ତ କେଶ କାଟିଦେବି।’ ଏହି ସମୟ ତାଙ୍କ ବାପା ଅନୁଶ୍ରୁତର ବିଭ୍ରାନ୍ତ କରିବା ପାଇଁ ପରିବାରର ସଦସ୍ୟଙ୍କ ନାମ ପଚାରୁଛନ୍ତି, ଆଉ ଝିଅଟି କାନ୍ଦି କାନ୍ଦି ସମସ୍ତଙ୍କ ନାଁ କହୁଛି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, କେଶ କାଟିବା ଦ୍ବାରା କୁନି ଝିଅର ଆଖିରେ ଲୁହ ଆସିଯାଉଛି । ସୋସିଆଲ ମିଡ଼ିଆରେ ଏହି କୁନି ଝିଅର ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହି ଭିଡ଼ିଓକୁ ବହୁତ ପସନ୍ଦ କରିଛନ୍ତି। ଭିଡ଼ିଓ ସେୟାର କରିବା ପରେ ୮ଲକ୍ଷରୁ ଅଧିକ ଥର ଦେଖିସାରିଛନ୍ତି ଏବଂ ହଜାରେ ଲୋକ ରିଟ୍ବିଇଟ ଏବଂ ଲାଇକ୍ କରିଛନ୍ତି।

  • Tags:

Subscribe

National International State Sports Entertainment