ପୂଜା ପୂର୍ବରୁ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ରାଉରକେଲା ପୋଲିସ, ଦେଶୀ ବନ୍ଧୁକ ସହ ବୋମା ଜବତ
Khabar Odisha:Rourkela-police-arrested-three-notorious-criminals-before-the-pooja
ରାଉରକେଲା, ଅକ୍ଟୋବର ୧୧(ଖବର ଓଡିଶା):

ପୂଜା ପୂର୍ବରୁ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ରାଉରକେଲା ପୋଲିସ । ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ଟି ଦେଶୀ ପିସ୍ତଲ, ୫୫ ରାଉଣ୍ଡ ଜୀବନ୍ତ ଗୁଳି, ୪ଟି ଅଫୁଟା ବୋମା, ମୋବାଇଲ, ଗୋଟିଏ କାର, ଦୁଇଟି ଚୋରା ବାଇକ ସହ ୫୦ ହଜାର ନଗଦ ଟଙ୍କା ପୋଲିସ ଜବତ କରିଛି । 

ଗିରଫ ୩ ଅଭିଯୁକ୍ତ ହେଲେ ବଣ୍ଟି ମହାନ୍ତି, ରୋନି ସ୍ୱାଇଁ ଓ ଅମିତ ସାହୁ । ଏହି ୩ ଅଭିଯୁକ୍ତ ଗଞ୍ଜେଇ ବେପାର କରି ଚୋରା ପିସ୍ତଲ କିଣିଥିଲେ । ବାଇକ ଚୋରି କରି ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଧମକ ଦେଇ ଦାଦାବଟି ଆଦାୟ କରୁଥିବା ନେଇ ରାଉରକେଲା ପୋଲିସ ପାଖରେ ଲିଖିତ ଅଭିଯୋଗ ହୋଇଥିଲା । ରାଉରକେଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ନାଇଟ ପେଟ୍ରୋଲିଂ ସମୟରେ ଜଲଡା ଅଞ୍ଚଳରୁ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ . ସେମାନଙ୍କ ଠାରୁ ସମସ୍ତ ତଥ୍ୟ ଓଗାଳିଛି ପୋଲିସ । 

ତେବେ ଏହି ୩ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଡକାୟତି, ରାହାଜାନି, ଲୁଟ ଭଳି ସଙ୍ଗୀନ ମାମଲା ବିଭିନ୍ନ ଥାନାରେ ରହିଛି । ଏହି ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏହାସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

  • Tags:

Subscribe

National International State Sports Entertainment