ପାରାଦ୍ୱୀପ ବନ୍ଦରରେ ଏକ ଜାହାଜରୁ ଉଦ୍ଧାର ହେଲା ଗଳିତ ଶବ ।ସୂଚନା ଅନୁଯାୟୀ ଏମ୍ ଭି ଉଲୁସଏ -୧୧ ଜାହାଜର ଶିଡି ଘରେ ଆଜି ଦୁର୍ଗନ୍ଧ ହେବା ପରେ ଏକ ଯୁବକର ଶବ ଉଦ୍ଧାର କରାଯାଇଛି । ପ୍ରାୟ ଦୁଇଦିନ ହେବ ମରିଯାଇଥିବା ଅନୁମାନ କରାଯାଉଛି। ମୃତ ଯୁବକ ଜଣକ ହେଉଛନ୍ତି ବିଭୁତି ବାରିକ୍ ଓ ତାର ଘର ବଡ଼ମ୍ବା ନରସିଂହପୁର ଅଞ୍ଚଳର ହୋଇଥିବା ବେଳେ ସେ ଏଠାରେ ଲୋଡ୍ ଅପୋରେଟର ଭାବେ କାର୍ଯ୍ୟ କରୁଥିଲେ । ତେବେ ଏହି ଜାହାଜର ବାର୍ଜ୍ ପ୍ରାୟ ୧୦୦ଫୁଟ ଗଭୀର ହୋଇଥିବାବେଳେ ସେହି ଅନୁପାତରେ ଲ୍ୟାଡର ରୁମ୍ ବା ଶିଡି ଘର ମଧ୍ୟ ପ୍ରାୟ ୧୦୦ଫୁଟ ଗଭୀର ରହିଛି । ଏହି ଶିଡିରେ ଅଧିକାଂଶ ସମୟରେ ଅମ୍ଳଜାନ ଅଭାବରୁ ଅଣନିଃଶ୍ବାସୀ ଲାଗିଥାଏ ତେଣୁ ଏହି କାରଣରୁ ଅଣନିଃଶ୍ବାସୀ ହୋଇ ଯୁବକଙ୍କର ମୃତ୍ୟୁବରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।