ଚଳିତ ବର୍ଷ ବତୁମି, ଜର୍ଜିଆରେ ହେବାକୁ ଥିବା ଫିଡେ ଚେସ୍ ବିଶ୍ୱକପରେ ଭାରତରୁ ୪ ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାର ୮ ବର୍ଷର ବାଳକ ସାତ୍ତ୍ଵିକ ସ୍ୱାଇଁ । ସାତ୍ତ୍ଵିକ ତୃତୀୟ ଶ୍ରେଣୀରେ ପଢୁଥିବାବେଳେ ଚେସ୍ ଖେଳକୁ ନେଇ ବେଶ ରୁଚି ରଖନ୍ତି । ଚେସ୍ ଖେଳିବାକୁ ପସନ୍ଦ କରୁଥିବା ସାତ୍ତ୍ଵିକ ବର୍ତ୍ତମାନ ସୁଦ୍ଧା ୬୦-୭୦ ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ପଦକ ହାସଲ କରିଛନ୍ତି । ଖବର ଓଡିଶା ସହ ହୋଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ସାତ୍ତ୍ଵିକ ଓ ତାଙ୍କ ବାପା ସମ୍ବିତ ସ୍ୱାଇଁ ପ୍ରତିକ୍ରିୟା ରଖିଥିଲେ । ସାତ୍ତ୍ଵିକ କହିଥିଲେ ଚେସ୍ ଖେଳିବାକୁ ସେ ବେଶ ଭଲ ପାଆନ୍ତି ଏବଂ ଚେସ୍ ରେ ଭବିଷ୍ୟତ ଗଢିବାକୁ ସେ ଆଶା ରଖିଛନ୍ତି । ଭାରତର ଡି ଗୁକେଶ ଓ ନରୱେର ମ୍ୟାଗନସ କାର୍ଲସନ ସାତ୍ତ୍ଵିକଙ୍କ ପ୍ରିୟ ଖେଳାଳି ।
ଏହା ସହ ସାତ୍ତ୍ଵିକଙ୍କ ବାପା ସମ୍ବିତ ସ୍ୱାଇଁ ମଧ୍ୟ ପୁଅର ପ୍ରତିଭାକୁ ସମର୍ଥନ କରନ୍ତି ଓ ପ୍ରୋତ୍ସାହିତ ମଧ୍ୟ କରନ୍ତି । ସାତ୍ତ୍ଵିକଙ୍କୁ ଭବିଷ୍ୟତରେ ଗ୍ରାଣ୍ଡମାଷ୍ଟର ବନାଇବା ପାଇଁ ବେଶ ଆଶା ଓ ବିଶ୍ୱାସ ରଖିଛନ୍ତି ବାପା । ଏଥିପାଇଁ ନିୟମତି ଅଭ୍ୟାସରେ ପୁଅକୁ ସାହାଯ୍ୟ କରିବା ସହ ଉତ୍ତମ ତାଲିମ ପ୍ରଦାନ ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ପୁଅକୁ ଗ୍ରାଣ୍ଡମାଷ୍ଟର ବନାଇବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ଉନ୍ନତମାନର ଶିକ୍ଷା ସହ ଅନେକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଧ୍ୟ ପୁଅକୁ ପ୍ରସ୍ତୁତ କରୁଛନ୍ତି । ଚଳିତ ବର୍ଷ ବତୁମି, ଜର୍ଜିଆରେ ହେବାକୁ ଥିବା ଫିଡେ ଚେସ୍ ବିଶ୍ୱକପରେ ପୁଅ ବିଜୟୀ ହେଲେ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଏବଂ ଗୌରବର କଥା ହେବା ବୋଲି ବାପା ସମ୍ବିତ ପ୍ରତିକ୍ରିୟା ଦେଇଛନ୍ତି ।
ଅଧିକ ପଢନ୍ତୁ : ତାତିରୁ ମିଳିବ ଆସ୍ବସ୍ତି