ତାତିରୁ ମିଳିବ ଆସ୍ବସ୍ତି । ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ଗ୍ରୀଷ୍ମପ୍ରବାହ ଯୋଗୁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଅତ୍ୟଧିକ ତାତି ହେବାରୁ ରାଜ୍ୟରେ କାଳବୈଶାଖୀ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ଶନିବାର ସକାଳୁ ସକାଳୁ ରାଜଧାନୀରେ କୋହଲା ପାଗ ଦେଖିବାକୁ ମିଳିଛି । ଶୁକ୍ରବାର ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖି ଜନିତ ବର୍ଷା ହୋଇଛି । ଏହି ବର୍ଷା ହେବାରୁ ଲୋକମାନଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି ।
ଏହାରିଭିତରେ ଶନିବାର ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ କାଳବୈଶାଖୀ ଜନିତ ବର୍ଷା ସହ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏଥି ସହ ଆସନ୍ତା ମେ’ ୯ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ।ତେବେ ଶନିବାର ରାଜ୍ୟର ୪ ଜିଲ୍ଲାକୁ କାଳବୈଶାଖୀ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଆଲର୍ଟ ଜାରି କରାଯାଇଛି ।