ରାୟଗଡ଼ା: ପୁଣି ନିର୍ମାଣାଧୀନ ପାଇଖାନା ଟାଙ୍କି ନେଲା ଜୀବନ । ନିର୍ମାଣଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ତିନି ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ରାୟଗଡ଼ା ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତ ତାରପାଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସମସ୍ତ ମୃତ ଶ୍ରମିକ ଜୀବଜଗତପୁର ଗ୍ରାମର ବାସିନ୍ଦା ବୋଲ ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ସୂଚନା ଅନୁସାରେ ତାରପାଗୁଡ଼ା ଗାଁରେ ଏକ ନିର୍ମାଣାଧୀନ ପାଇଖାନାରେ ଶ୍ରମିକମାନେ ସେଣ୍ଟ୍ରିଂ ଖୋଲୁଥିଲେ । ଏହି ସମୟରେ ଜଣକ ଉପରେ ସେଣ୍ଟ୍ରିଂ ପଡ଼ିଯାଇଥିଲା। ପାଇଖାନା ଟାଙ୍କି ଭିତରେ ସେମାନେ ଅଣନିଃଶ୍ୱାସୀ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଁଚି ଗୁରୁତର ଶ୍ରମିକମାନଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏହା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ଖବର ଲେଖା ଯିବା ବେଳକୁ ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନଥିଲା ।