କଂଗ୍ରେସରୁ ଇସ୍ତଫା ଦେବାପରେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ ବିଜେପିରେ ମିଶିଛନ୍ତି। ଟିକେଟ୍ କାଟିବା ପରେ ନିକଟରେ ଭାରତୀୟ ହକି ଟିମ୍ର ପୂର୍ବତନ ଅଧିନାୟକ ଶ୍ରୀ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟିଦେଲା ଏବଂ ପ୍ରାର୍ଥୀ ବଦଳାଇ ଥିଲା।
ଗୁରୁବାର ସୋନପୁରଠାରେ ଭାଜପାର ବିଜୟ ସଂକଳ୍ପ ସଭାରେ ଅମିତ ଶାହାଙ୍କ ଗସ୍ତ ସମୟରେ ପ୍ରବୋଧ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା ସଭାପତି ଏବଂ ବଲାଙ୍ଗୀର ଏମ୍ପିଙ୍କ ସମେତ ରାଜ୍ୟ ଭାଜପା ନେତୃବୃନ୍ଦ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଭାଜପାରେ ପ୍ରବୋଧ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ପ୍ରବୋଧଙ୍କୁ ଦଳ କେଉଁ ଆସନରୁ ଟିକେଟ ଦେବ ସେନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି।
ଅଧିକ ପଢ଼ନ୍ତୁ : ଶଙ୍ଖ ଛାଡି ପଦ୍ମ ଧରିଲେ ଏମ ସୁଧାରାଣୀ