ରାଜଧାନୀରେ ଡିଆରଆଇକୁ ବଡ଼ ସଫଳତା, ୪୩୪ କୋଟିର ହେରୋଇନ ଜବତ ନୂଆଦିଲ୍ଲୀ,ମେ ୧୧(ଖବର ଓଡିଶା): Share story: ରାଜଧାନୀ ଦିଲ୍ଲୀରେ ଡିଆରଆଇକୁ ମିଳିଛି ବଡ଼ ସଫଳତା। ଡିଆରଆଇ ଦିଲ୍ଲୀରୁ ୪୩୪ କୋଟି ଟଙ୍କାର ହେରୋଇନ ଜବତ କରିଛି। ତେବେ ଏହାର ଓଜନ ପ୍ରାୟ ୬୨ କିଲୋଗ୍ରାମ ହେବ । ଗୋଟିଏ ଏୟାରକାର୍ଗୋରୁ ଏହା ଜବତ କରାଯାଇଛି। ଏହା ଏୟାରକାର୍ଗୋ ମଡ୍ୟୁଲରୁ ଆଜି ଯାଏଁ ଜବତ ହୋଇଥିବା ସବୁଠୁ ବଡ଼ ମାମଲା । ତେବେ ଡିଆରଆଇକୁ ହେରୋଇନ ଚାଲାଣର ଏକ ଗୁଇନ୍ଦା ରିପୋର୍ଟ ମିଳିଥିଲା। ପରେ ମେ ୧୦ରେ ଏକ ଅପରେସନ ଆରମ୍ଭ ହୋଇଥିଲା। ଏହାର ନାଁ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ରଖାଯାଇଥିଲା। ଟିମର ଚଢଉ ସମୟରେ ସେଠାରୁ ୫୫ କେଜିର ହେରୋଇନ ଜବତ କରାଯାଇଥିଲା। ଜବତ ଡ୍ରଗ୍ସ ଗୁଡିକ ଉଗାଣ୍ଡାରୁ ଦୁବାଇ ରାସ୍ତାରେ ଦିଲ୍ଲୀ ଆଣାଯାଇଥିଲା। ଡିଆରଆଇର ଟିମ ଏୟାରକାର୍ଗୋରୁ ୫୫ କିଲୋ ହେରୋଇନ ଜବତ କରିବା ପରେ ଅଭିଯୁକ୍ତିକୁ ହେପାଜତକୁ ନେଇ ଜେରା ଆରମ୍ଭ କରିଛି। ଏହାପରେ ବ୍ୟକ୍ତିର ସୂଚନାକୁ ଆଧାର କରି ହରିୟାଣା ଏବଂ ଲୁଧିୟାନାରେ ଚଢଉ କରାଯାଇଛି। ଏହି ଚଢଉରେ ୭ କିଲୋ ହେରୋଇନ ସହ ୫୦ ଲକ୍ଷ ଜବତ କରାଯାଇଛି। ଏହାପରେ ଏକ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇପାରେ। ଖବର ଓଡ଼ିଶା, Reporter, 11/05/2022