ନୂଆଦିଲ୍ଲୀ: ନିକେଶ ଅରୋରା ପାଲୋ ଅଲ୍ଟୋ ନେଟ୍ୱର୍କସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ଭାରତୀୟ ମୂଳ ନିବାସୀ ଏବେ ଆମେରିକାରେ ସର୍ବାଧିକ ରୋଜଗାର କରୁଥିବା ଅଧିକାରୀ ୱାଲ ଷ୍ଟ୍ରିଟ୍ ଜର୍ନାଲର ୨୦୨୩ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅରୋରାଙ୍କ ମୋଟ ରୋଜଗାର ୧୫୧.୪୩ ମିଲିୟନ କୋଟି ଡଲାର। ରିପୋର୍ଟରେ କୁହାଯାଇଛି ଯେ, ଆମେରିକାରେ ସର୍ବାଧିକ ରୋଜଗାର କରୁଥିବା ଲୋକଙ୍କ ମଧ୍ୟରେ ଭାରତୀୟ ମୂଳନିବାସୀ ବହୁତ ଅଛନ୍ତି । ମୋଟ ୧୭ ଭାରତୀୟ ମୂଳ ନିବାସୀ ଶୀର୍ଷ ୫୦୦ରେ ସାମିଲ ହୋଇଛନ୍ତି, ଯେଉଁଥିରେ କି ଶାନ୍ତନୁ ନାରାୟଣ, ଯିଏକି ଏଡୋବର ସିଇଓ (୧୧ତମ) ମଧ୍ୟ ସାମିଲ ଅଛନ୍ତି।
ଭାରତରେ ଜନ୍ମ ଓ ବଢ଼ିଥିବା ଶାନ୍ତନୁ ନାରାୟଣ ୪୪.୯୩ ମିଲିୟନ ଡଲାର ରୋଜଗାର କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଯେ, ଟେସ୍ଲାର ଏଲନ ମସ୍କ ଓ ଅଲଫୋବେଟର ସୁନ୍ଦର ପିଚାଇ (ଉଭୟ ଭାରତୀୟ ମୂଳ ନିବାସୀ) ୨୦୨୩ରେ ଦରମା ପ୍ୟାକେଜ ବ୍ୟତୀତ ଅନ୍ୟ ପ୍ରକାରରେ ଲାଭ ଉଠାଇବାକୁ ପସନ୍ଦ କରିଥିଲେ। ଏକ ରିପୋର୍ଟ ଅନୁସାରେ ମସ୍କଙ୍କୁ କୌଣସି ଦରମା ମିଳିନାହିଁ । ସେହିପରି ପିଚାଇ ୮.୮୦ ମିଲିୟନ ଡଲାରର ନେଇଥିଲେ ମେଟାର ମାର୍କ ଜୁକରବର୍ଗ ୨୪.୪୦ ମିଲିୟନ ଡଲାର ରୋଜଗାର କରିଛନ୍ତି।
ନିକେଶ ଅରୋରା ହେଉଛନ୍ତି ଦିଲ୍ଲୀର ଏୟାର ଫୋର୍ସ ପବ୍ଲିକ ସ୍କୁଲର ପୂର୍ବତନ ଛାତ୍ର । ସେ ଯେତେବେଳେ ଗୁଗଲରେ ମୁଖ୍ୟ ବ୍ୟବସାୟିକ ଅଧିକାରୀ ଥିଲେ, ସେହି ସମୟରେ ପରିରିତ ହୋଇପାରିଥିଲେ। ୨୦୧୪ରେ ଗୁଗଲ ଛାଡ଼ିବା ପରେ ଚର୍ଚ୍ଚାକୁ ଆସିଥିଲେ । ସେ ସେହି ସମୟରେ ଜାପାନ କଂପାନୀ ସଫ୍ଟ ବ୍ୟାଙ୍କରେ ଯୋଗଦେଇଥିଲେ ଏବଂ ତାଙ୍କୁ ଭଲ ଦରମା ମିଳିଥିଲା । ୨୦୧୮ରେ ସେ ସାଇବର ସିକ୍ୟୁରିଟୀ କଂପାନୀ ପାଲୋ ଅଲଟୋ ନେଟୱର୍କ ପରିଚାଳନା କରୁଛନ୍ତି।
ତେବେ ପ୍ରଥମ ସ୍ଥାନରେ କିଏ ଅଛନ୍ତି, ତାହା ମଧ୍ୟ ଜାଣିବାର ଆବଶ୍ୟକତା ଅଛି। ବ୍ରାଣ୍ଡକମର ହକ୍ ଟ୍ୟାନ୍ ୧୬୨ ମିଲିୟନ ଡଲାର ରୋଜଗାର କରନ୍ତି। ଏଥି ସହିତ ସେ ତାଲିକାର ୧ ନମ୍ବରରେ ଅଛନ୍ତି। ଏତଦ୍ ବ୍ୟତୀତ ଅନେକ ଭାରତୀୟ ସିଇଓ ମଧ୍ୟ ତାଲିକାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛନ୍ତି।