ମୁମ୍ବାଇ: ଭାରତୀୟ ସେୟାର ବଜାର ସେୟାର ବଜାର ପୁଣି ଉଛୁଳିଛି। ଆଜି ମଧ୍ୟ ସେୟାର ମାର୍କେଟ ଏଭଳି ଭାବେ ବଢିଛି ଯାହା ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିଛି । ସପ୍ତାହର ଚତୁର୍ଥ ଦିନରେ ଗୁରୁବାର ଉଭୟ ସୂଚକାଙ୍କ ଉଚ୍ଚତମ ସ୍ତରକୁ ଛୁଇଁଛି। ମୁମ୍ବାଇର ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୦,୩୩୧.୪୮ ଅଙ୍କରେ ପହଞ୍ଚିଛି। ଫଳରେ ନିବେଶକଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି।
ସକାଳର କାରବାରରେ ସେନ୍ସେକ୍ସ ୧୮୬.୨୯ ପଏଣ୍ଟ ଅଥବା ୦.୨୩ ପ୍ରତିଶତ ସହିତ ୮୦,୧୭୩.୦୯ ପଏଣ୍ଟରେ ଟ୍ରେଣ୍ଡ କରିଛି। ନିଫ୍ଟି ମଧ୍ୟ ୬୧.୪୦ ଅଥବା ୦.୨୫ ପ୍ରତିଶତ ଆଗକୁ ବଢ଼ି ୨୪,୩୪୭.୯୦ ପଏଣ୍ଟରେ କାରବାର କରୁଛି। ନିଫ୍ଟିରେ ଆଇସିଆଇସିଆଇ ବ୍ୟାଙ୍କ, ହିଣ୍ଡାଲକୋ, ଏଚସିଏ୍ ଟେକ୍, ଟିସିଏସ୍ ଓ ଟାଟା ମୋଟର୍ସର ଶେୟାର ଦ୍ରୁତଗତିରେ କାରବାର କରୁଛି।
ଦେଶରେ ଲଗାତର ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ଆରମ୍ଭରୁ ସେୟାର୍ ବଜାରରେ ଭଲ ବେପାର ହେଉଛି। ସେୟାର ମାର୍କେଟ ଏଭଳି ଭାବେ ବଢିଛି ଯାହା ପୂର୍ବର ସବୁ ରେକର୍ଡକୁ ପାର କରିଛି ।ସେୟାର ବଜାରରେ ଅଚାନକ ଏହି ବୃଦ୍ଧିକୁ ନେଇ ନିବେଶକ ମହଲରେ ଖୁସି ଦେଖାଯାଇଛି।