ନୂଆଦିଲ୍ଲୀ: ଏବେ ସାରା ଦେଶରେ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ନେଇ ଜାରି ରହିଛି ଡିବେଟ୍ । ଜଣେ କର୍ମଚାରୀଙ୍କ ପକ୍ଷେ କେତେ ସମୟ କାମ କରିବା ଆବଶ୍ୟକ, ଏହାକୁ ନେଇ ୱାର୍କ ଲାଇଫ୍ ବାଲାନ୍ସ ନାଁରେ ଦେଶରେ ଡିବେଟ୍ ଚାଲିଛି । ଏଥିରେ ବଡ଼ ବଡ଼ କମ୍ପାନୀର ସିଇଓ ଓ ମାଲିକ ମାନେ ଭାଗ ନେଇ ନିଜ ନିଜର ମତ ରଖୁଛନ୍ତି ।
ୱାର୍କ ଲାଇଫ୍ ବାଲାନ୍ସକୁ ନେଇ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନେୱାଲା ନିଜ ମତ ରଖିଛନ୍ତି । ଆନନ୍ଦ ମହିନ୍ଦ୍ରା କହିଛନ୍ତି, ୧୦ ଘଣ୍ଟା କାମ କରି ବି ଦୁନିଆକୁ ବଦଳାଇ ହେବ । ଜଣେ କେତେ ଘଣ୍ଟା କାମ କରୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ କାମର ଗୁଣବତ୍ତା ଅତ୍ୟେନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ନାରାୟଣ ମୂର୍ତ୍ତି ଓ ଅନ୍ୟ କର୍ପୋରେଟ୍ ଲିଡ଼ରଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ହେଲେ କର୍ମଚାରୀଙ୍କ ସମୟସୀମା ଅପକ୍ଷୋ ତାର କାମର ଗୁଣବତ୍ତା ଉପରେ ଅଧିକ ଫୋକସ୍ କରିବା ଆବଶ୍ୟକ ।
ତେବେ ଶ୍ରୀ ମହିନ୍ଦ୍ରା, ଏଲଆଣ୍ଡଟିର ଅଧକ୍ଷ ଏସ୍ଏନ୍ ସୁବ୍ରମଣ୍ୟନଙ୍କ ମତରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ମୋ ପତ୍ନୀ ଅଭୁତ, ମତେ ତାଙ୍କୁ ଦେଖିବା ପସନ୍ଦ’ । ସେହିପରି ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନେୱାଲା ମଧ୍ୟ କହିଛନ୍ତି, ‘ମୋ ପତ୍ନୀ ଭାବନ୍ତି ମୁଁ ଜଣେ ସୁନ୍ଦର ବ୍ୟକ୍ତିତ୍ୱ, ତେଣୁ ରବିବାର ମତେ ତାଙ୍କୁ ଦେଖିବା ପସନ୍ଦ’ । ତେଣୁ ଜଣେ କର୍ମଚାରୀଙ୍କ ପକ୍ଷେ କାର୍ଯ୍ୟର ଗୁଣବର୍ତ୍ତା ଜରୁରୀ ବୋଲି ସେ ମତ ରଖିଛନ୍ତି ।
ସେହିପରି ଏଡେଲୱିଶ ମ୍ୟୁଚୁଆଲ ଫଣ୍ଡ ସିଇଓ ରାଧିକ ଗୁପ୍ତା ମଧ୍ୟ ନିଜ ଅଭିଜ୍ଞତା ଶେୟାର କରି କହିଛନ୍ତି, ସପ୍ତାହକୁ ୧୦୦ ଘଣ୍ଟା କାମ କରି ବି ମୁଁ ଦୁଃଖୀ ଥିଲି । ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି, ‘ମୋ ପ୍ରଥମ ଚାକିରି ସମୟରେ ଏକ ପ୍ରୋଜେକ୍ଟରେ ଲଗାତାର ୪ ମାସ ଯାଏଁ ପ୍ରତିଦିନ ୧୮ ଘଣ୍ଟା ହିସାବରେ ସପ୍ତାହକୁ ୧୦୦ ଘଣ୍ଟା କାମ କରୁଥିଲେ । ତେବେ ସେ ମସୟରେ ରବିବାର ବଦଳରେ ତାଙ୍କୁ ସୋମବାର ଛୁଟି ମିଳୁଥିବା ଯୋଗୁଁ ସ୍ୱାମୀଙ୍କ ସମୟ ବିତାଇ ପାରୁନଥିଲେ । ସେ ସମୟରେ ପରିବାରକୁ ସମୟ ଦେଇପାରୁନଥିବାରୁ ଏବଂ ଅତ୍ୟଧିକ ଚାପରେ ଥିବାରୁ ସେ ଦୁଃଖୀ ରହୁଥିଲେ । ଏପରିକି ଅଫିସରୁ ପହଞ୍ଚିବା ପରେ ବାର୍ଥରୁମ୍ ଯାଇ କାନ୍ଦୁଥିଲେ’, ତେବେ ଏହି ଘଟଣା କେବଳ ତାଙ୍କ ସହ ନୁହେଁ ତାଙ୍କ ଭଳି ଅନେକ କର୍ମଚାରୀଙ୍କ ସହ ଘଟିଛି, ଯାହା ସେ ନିଜ ଅଭଜ୍ଞତାକୁ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ।
ତେବେ ନିକଟରେ ଏଲଆଣ୍ଡଟିର ଅଧକ୍ଷ ଏସ୍ଏନ୍ ସୁବ୍ରମଣ୍ୟନ ସପ୍ତାହକୁ ୯୦ ଘଣ୍ଟା କାମ କରିବା ଆବଶ୍ୟକ ବୋଲି ଯୁବପିଢୀଙ୍କୁ ପରାମର୍ଶ ଦେଇଥିଲେ, ଏପରିକି ଆବଶ୍ୟକ ପଡ଼ିଲେ ରବିବାର ମଧ୍ୟ କମ୍ପାନୀ ଆପଣଙ୍କୁ କାମ କରାଇବ ବୋଲି ସେ କହିଥିଲେ । ସେ କର୍ମଚାରୀଙ୍କ ସହ ଆଲୋଚନା ବେଳେ କହିଥିଲେ, ମୁଁ ଦୁଃଖିତ ଯେ ଆପଣଙ୍କୁ ରବିବାର କାମ କରାଇ ପାରୁନି । ଯଦି ମୁଁ ଆପଣଙ୍କୁ ରବିବାର କାମ କରାଇ ଦିଅନ୍ତି ତେବେ ଆହୁରି ଖୁସି ହୁଅନ୍ତି । ସେହି ଦିନ ଆପଣମାନେ ଘରେ ବସି କଣ କରୁଛନ୍ତି ? ଆପଣ ନିଜ ସ୍ତ୍ରୀଙ୍କୁ କେତେ ସମୟ ଦେଖିବେ ? ଏହା ପୂର୍ବରୁ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ନିଜ କର୍ମଚାରୀଙ୍କୁ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଉଚିତ୍ ବୋଲି ଯୁକ୍ତି ବାଢିଥିଲେ । ଏହା ପରଠୁ ଦେଶରେ ଏହି ପ୍ରସଙ୍ଗକୁ ନେଇ ବିର୍ତକ ଜାରି ରହିଥିବା ବେଳେ ବଡ଼ ବଡ଼ କମ୍ପାନୀର ସିଇଓ ଓ ମାଲିକ ଏଥିରେ ଭାଗ ନେଇ ନିଜ ନିଜର ମତ ରଖୁଛନ୍ତି ।