କଟକ: ଓଡ଼ିଶା ହାଇକୋର୍ଟ ଅଞ୍ଚଳକୁ ଏକ ନୂଆ ରୂପ ଦେବା ସହ ଟ୍ରାଫିକ୍ ନିୟନ୍ତ୍ରଣ ଓ ପ୍ରଶାସନିକ ସୁବିଧା ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ହାଇକୋର୍ଟ ପରିସର ଚାରିପଟେ ଥିବା ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ କେବଳ ଅଦାଲତ ଏବଂ ଆଇନ ବିଭାଗ ସହ ଜଡ଼ିତ କାର୍ଯ୍ୟାଳୟଗୁଡ଼ିକ ହିଁ କାର୍ଯ୍ୟ କରିବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରାଯାଉଛି।
ବିଡ଼ାନାସୀରେ ଗଢ଼ିଉଠିବ ନୂଆ ପ୍ରକେନ୍ଦ୍ର:ଶାସନିକ
ଗତବର୍ଷ ଅଗଷ୍ଟ ମାସରେ ବିଡ଼ାନାସୀ କୃଷକବଜାର ନିକଟରେ ୫ ଏକର ଜମିରେ ଜି+୫ (G+5) ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୨୮ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଜିଲ୍ଲାପାଳଙ୍କ ସମସ୍ତ ଅଫିସ୍ ସେଠାକୁ ସ୍ଥାନାନ୍ତର ହେବ। ଏହାସହିତ ସେହି ଅଞ୍ଚଳରେ ଚିହ୍ନଟ ହୋଇଥିବା ଅନ୍ୟ ଜମିରେ ଏକ ୮ ରୁ ୧୦ ମହଲା ବିଶିଷ୍ଟ ବିଶାଳ କୋଠା ନିର୍ମାଣ କରାଯିବ। ରାଜସ୍ୱ ପର୍ଷଦ (Board of Revenue) ସମେତ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଫିସ୍ ଏହି ନୂତନ କୋଠାକୁ ସ୍ଥାନାନ୍ତରିତ ହେବ।
କେଉଁ କେଉଁ କାର୍ଯ୍ୟାଳୟର ବଦଳିବ ଠିକଣା?
ବର୍ତ୍ତମାନ ରାଜସ୍ୱ ପର୍ଷଦ ଓ ଆର୍ଡିସି କୋଠାରେ ଜନଗହଳି ଲାଗି ରହୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ସ୍ଥାନାନ୍ତର ହେବାକୁ ଥିବା ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକ ହେଲା:
ଆଇଜିଆର୍ (IGR) ଏବଂ ଜମି ରେକର୍ଡ ଓ ସର୍ବେକ୍ଷଣ ନିର୍ଦ୍ଦେଶାଳୟ
ଚକବନ୍ଦୀ କମିସନର ଏବଂ କଟକ ଏନ୍ଆଇସି (NIC)
କ୍ୟାଟ୍ (CAT) କାର୍ଯ୍ୟାଳୟ
ରାଜ୍ୟ ପରିବହନ ପ୍ରାଧିକରଣ (STA): ଏହି ଅଫିସ୍କୁ ପ୍ରେସ୍ଛକସ୍ଥିତ ନିଜସ୍ୱ କୋଠାକୁ ସ୍ଥାନାନ୍ତର କରାଯିବ।
ଅନ୍ୟପଟେ, ହାଇକୋର୍ଟ ନିକଟସ୍ଥ ପରିସରରେ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ସମେତ କେବଳ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ବନ୍ଧୀୟ କାର୍ଯ୍ୟାଳୟଗୁଡ଼ିକ ହିଁ କାର୍ଯ୍ୟ କରିବ।