ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥରେ ଏକ ଅଘଟଣ ଘଟିଯାଇଛି । ଏକ ଯାତ୍ରୀବାହୀ ବସ ଏବଂ ପାଇପ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇଛିା ଫଳରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ , ଡେଜି ନାମକ ଏକ ଘରୋଇ ବସ୍ ସମ୍ବଲପୁରରୁ ଦାମନଯୋଡି ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ମାନେ କର୍ଣ୍ଣାଟକରୁ ରାୟଗଡ଼ ଯାଉଥିବା ଏକ ପାଇପ ବୋଝେଇ ଟ୍ରକ ସହିତ ଧକ୍କା ହୋଇଥିଲା । ଏବଂ ବସଟି ଭାରସାମ୍ୟ ହରାଇ ବସଟି ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ବସରେ ଥିବା ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି ।
ତେବେ ଏନେଇ ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।