ବୌଦ୍ଧ : ବୌଦ୍ଧ ଜିଲ୍ଲାର ଦୁଇ ଦୁଇଟି ସ୍ଥାନରେ ଏଟିଏମ୍ (ATM) ତାଡି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି l
ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ବୌଦ୍ଧ ଥାନା ବୀରନରସିଂହପୁର ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମକୁ ଗ୍ୟାସ କଟରରେ କାଟି ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି । ବ୍ୟାଙ୍କ କର୍ତୃପକ୍ଷଙ୍କ ଠାରୁ ଖବର ପାଇ ବୌଦ୍ଧ ଥାନା ପୋଲିସ୍ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବୌଦ୍ଧ ଥାନା ଆଇଆଇସି ରଂଜିତ କୁମାର ମୁନୀ ଓ ପୋଲିସ୍ କର୍ମଚାରୀ ମାନେ ପହଞ୍ଚି ଘଟଣା ସମ୍ପର୍କରେ ପଚରା ଉଚୁରା କରିଛନ୍ତି l ବ୍ୟାଙ୍କ କର୍ତୃପକ୍ଷଙ୍କ ସୂଚନା ଅନୁସାରେ ପ୍ରାୟ ୫ ଲକ୍ଷ ଟଙ୍କା ଚୋରି ହୋଇଥିବାର ଆଶଙ୍କା କରାଯାଉଛି ।
ସେହିପରି ବୌଦ୍ଧ ସଦର ବ୍ଲକ୍ ବଢିଗାଁ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଭାଙ୍ଗି ମଧ୍ଯ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ କୁଲଦୀପ୍ ମୀନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା ଗୁଡିକର ପ୍ରାଥମିକ ପର୍ଯ୍ୟାୟରେ ଯାଞ୍ଚ କରାଯାଉଛି l ମକର ପର୍ବର ରାତିରେ ଘଟିଥିବା ଏହି ଦୁଇ ଘଟଣାରେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି।