ନୟାଗଡ଼: ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3 ର ଖନନ କାର୍ଯ୍ୟ ସଫଳତାର ସହିତ ଶେଷ ହୋଇଛି। ଯାହା ଖୋର୍ଦ୍ଧା ରୋଡ୍ - ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଦ୍ୱାରା ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ୨୬୨୦ ମିଟର ଦୈର୍ଘ୍ୟ ଏବଂ ୨ ଡିଗ୍ରୀ କର୍ଭ ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ବର୍ତ୍ତମାନ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା ନିର୍ମାଣ କରାଯାଇଛି। ତେବେ ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ସୁଡ଼ଙ୍ଗ ଓ ଏହି ପ୍ରକଳ୍ପର ଦ୍ୱିତୀୟ ଲମ୍ବା ସୁଡ଼ଙ୍ଗ।