କଟକ: ମକର ସଂକ୍ରାନ୍ତି ଅବସରରେ ସବୁଠି ଗୁଡ଼ି ଉଡା ହୋଇଥାଏ । ଗୁଡ଼ି ସୂତା ଲାଗି ମଧ୍ୟ ଅଘଟଣ ଘଟିଥାଏ । ପୁଣି ଚଳିତ ବର୍ଷ ଗୁଡ଼ି ସୂତା ଲାଗି କଟକ ନୂଆ ବଜାର ଓଭରବ୍ରିଜ ଉପରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, କଟକ ନୂଆ ବଜାର ଓଭରବ୍ରିଜ ଉପରେ ପ୍ଲାଷ୍ଟିକ ଚାଇନା ସୂତାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଜଣଙ୍କ ଘର କଟକ ବୟାଳିଶ ମୌଜାରେ ଓ ଅନ୍ୟ ଜଣଙ୍କ ଘର ଜଗତସିଂହପୁରରେ ବୋଲି ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।ଜଣଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଯାଇଥିବାବେଳେ ଅନ୍ୟ ଜଣଙ୍କର ଚିକିତ୍ସା କରାଯାଉଛି ।