ଏବେ ସଭିଁଙ୍କ ମୁହଁରେ ଗୋଟିଏ ଗୀତ ଛି ଛି ଛି ଲୋ ନନୀ ଛି .. ‘ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ‘...ପିଲା ଠୁ ବୃଢା ଯାଏଁ ସମସ୍ତେ ଏ ଗୀତକୁ ବେଶ୍ ଭଲ ପାଇବା ଦେଉଛନ୍ତି, ହେଲେ ଆପଣ ଜାଣନ୍ତି କି ଏ ଗୀତ ଏବେକାର ନୁହେଁ । ଏହା ହେଉଛି ୨୪ ବର୍ଷ ତଳର ପୁରୁଣା ଗୀତ । ହେଲେ ହଠାତ୍ କାହିଁକି ଏ ଗୀତକୁ ନେଇ ଚାରିଆଡେ ଏତେ ଚର୍ଚ୍ଚା ଚାଲିଛି । ଏପରିକି ଟୋକା ଠୁ ପିଲା ଯାଏଁ ସମସ୍ତେ ଏ ଗୀତରେ ରିଲ୍ସ କରିବାରେ ଲାଗିଛନ୍ତି ।
ସବୁଠୁ ବଡ଼ କଥା ହେଉଛି ଏ ଗୀତର ଏକ ଲାଇନ ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶହ ଶହ ଲୋକେ ରିଲ୍ସ କରୁଛନ୍ତି, ତାହା ହେଉଛି, ‘ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ‘...
ବର୍ତ୍ତମାନ ହେଉଛି ରିଲ୍ସର ଯୁଗ । ଏବେ ମୋବାଇଲ ଖୋଲିବା ମାତ୍ରେ ଇନଷ୍ଟ୍ରାରେ ଭାଇରାଲ ହେଉଛି ଏହି ପୁରୁଣା ଗୀତ ଛି ଛି ଛି ଲୋ ନନୀ ଛି । ଲୋକଲୋଚନରୁ ଉଭେଇ ଯାଇଥିବା ଏ ଗୀତ ହଠାତ କିଛି ଦିନ ଭିତରେ ସାରା ରାଜ୍ୟରେ ହଇଚଇ କଲାଣି । ସମସ୍ତେ ଯେ ଏହି ପୁରୁଣା ଗୀତକୁ ଏତେ ମାତ୍ରାରେ ଦେଖିବେ ତାହା ଗୀତର ନିର୍ମାତା କେବେ କଳ୍ପନା କରିନଥିବେ ।
୨୪ ବର୍ଷ ପୂର୍ବର ଏହି ଗୀତ ୬ ବର୍ଷ ତଳେ ୨୦୧୮ରେ ୟୁଟ୍ୟୁବରେ ଅପଲୋଡ୍ କରାଯାଇଥିଲା । ସାତବର୍ଷ ପୂର୍ବରୁ ଏ ଗୀତକୁ ଏ ଘରୋଇ ଚ୍ୟାନେଲରେ ରିଲିଜ ମଧ୍ୟ କରାଯାଇଥିଲା । ଏବେ ଏହି ପୁରୁଣା ଗୀତ ସୋସିଆଲ ମିଡ଼ିଆରେ ବେଶ୍ ଟ୍ରେଣ୍ଡ କରୁଛି ।
ଏବେ ଏହି ବ୍ରେକ୍ ଅପ୍ ଗୀତଟି ଆଜିକାଲିକା ଯୁବପିଢୀଙ୍କ ପସନ୍ଦ ପାଲଟିଛି । ଏହି ବିରହ ଗୀତ ଏବେକାର ଯୁବପିଢୀଙ୍କ ମନକୁ ପାଇଛି, ଯେଉଁଥିରେ ପ୍ରଭାବିତ ହୋଇ ଅଧିକ ସଂଖ୍ୟାରେ ରିଲ୍ସ କରୁଛନ୍ତି ଲୋକେ ।