କେନ୍ଦୁଝର: ଆଜି ସବୁଠି ମକର ସଂକ୍ରାନ୍ତି ପାଳନ ହେଉଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜନ୍ମ ମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ବିମାନରେ ଯୋଗେ ମୁଖ୍ୟମନ୍ତ୍ରୀ ଆସି ରାଇସୁଆଁରେ ପହଞ୍ଚିଥିଲେ । ପରେ କେନ୍ଦୁଝର ଦେଇ ସଡ଼କ ପଥରେ ଯିବା ସମୟରେ ବୈତରଣୀ ନଦୀରେ ମୁଖ୍ୟମନ୍ତ୍ରୀ ମକର ବୁଡ଼ ପକାଇଥିଲେ। ପାଟଣା ବୈତରଣୀ ନଦୀର ଅନୁସୟା ଘାଟରେ ମକର ସ୍ନାନ କରି ଦେବ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କରିଛନ୍ତି । ସ୍ନାନ ପରେ ପ୍ରଥମେ ପାଟଣା ବୈତରଣୀ ନଦୀ ସନ୍ନିକଟ ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କରି ବ୍ରାହ୍ମଣ ଙ୍କ ଦ୍ଵାରା ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଜଳାଭିଷେକ କରିଛନ୍ତି ।ପ୍ରତିବର୍ଷ ସେ ମକର ସଂକ୍ରାନ୍ତିରେ ଦ୍ଵିତୀୟ ଗଙ୍ଗା ପାଟଣା ବୈତରଣୀ ନଦୀରେ ବୁଡ ପକାନ୍ତି। ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ହେବା ପରେ ବି ନିଜ ସଂସ୍କୃତିକୁ ନ ଭୂଲି ବୈତରଣୀରେ ବୁଡ ପକାଇବା ନିଷ୍ପତିକୁ ପାଟଣା ଅଞ୍ଚଳର ବୁଦ୍ଧିଜିଵୀ ମାନେ ସ୍ୱାଗତ କରିଛନ୍ତି।