ମୁମ୍ବାଇ: ଭାରତୀୟ ସେୟାର ବଜାର ସେୟାର ବଜାର ପୁଣି ଉଛୁଳିଛି। ଏଥର ସେୟାର ମାର୍କେଟ ଏଭଳି ଭାବେ ବଢିଛି ଯାହା ପୂର୍ବର ସବୁ ରେକର୍ଡକୁ ପାର କରିଛି । ସପ୍ତାହର ଦ୍ବିତୀୟ ଦିନରେ ମଙ୍ଗଳବାର ମୁମ୍ବାଇର ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନ୍ସେକ୍ସ ୩୦୦ ଅଙ୍କ ସହ ବୃଦ୍ଧି ପାଇଛି । ଏହା ପ୍ରଥମ ଥର ପାଇଁ ୮୦,୦୦୦ ସ୍ତର ପାର କରିଛି, ଫଳରେ ନିବେଶକଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି ।
ପ୍ରତିଦିନ ନୂଆ ରେକର୍ଡ କରୁଛି ଓ ଚଳିତ ସପ୍ତାହର ଦ୍ବିତୀୟ ଦିନରେ ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ଯୁକ୍ତ ସେନ୍ସେକ୍ସ ଇତିହାସ ରଚି ପ୍ରଥମ ଥର ୮୦,୦୦୦ ସ୍ତର ଅତିକ୍ରମ କରିଛି। ସେନ୍ସେକ୍ସ ଭଳି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟ ମଧ୍ୟ ନୂଆ ରେକର୍ଡ କରିଛି। ଆଜି ନିଫ୍ଟି ୨୪,୨୦୪.୨୦ ସ୍ତରକୁ ପହଞ୍ଚିଛି।
ଦେଶରେ ଲଗାତର ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିଛି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେୟାର ବଜାର ପୁଣି ଉଛୁଳିଛି। ଏଥର ସେୟାର ମାର୍କେଟ ଏଭଳି ଭାବେ ବଢିଛି ଯାହା ପୂର୍ବର ସବୁ ରେକର୍ଡକୁ ପାର କରିଛି ।ସେୟାର ବଜାରରେ ଅଚାନକ ଏହି ବୃଦ୍ଧିକୁ ନେଇ ନିବେଶକ ମହଲରେ ଖୁସି ଦେଖାଯାଇଛି।