ବେଜିଂ: ଆମେରିକାର ପେନ୍ସିଲଭେନିଆରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଶନିବାର ଗୁଳିମାଡ଼ ହୋଇଛି। ଏହି ଘଟଣା ପରେ ଚୀନର ବ୍ୟବସାୟୀମାନେ ଖୁସି ଅନୁଭବ କରିଛନ୍ତି। ଚୀନ ଅନ୍ଲାଇନ୍ ବ୍ୟବସାୟୀମାନେ ପୂର୍ବତନ ରାଷ୍ଟ୍ରପତିଙ୍କ ହତ୍ୟାର ଉଦ୍ୟମରୁ ବର୍ତ୍ତିବା ପରେ ଉଠାଯାଇଥିବା ଫଟୋ ସହିତ ଟି-ଶର୍ଟ ପ୍ରସ୍ତୁତ କରିଛନ୍ତି। ଏହାକୁ ଅନ୍ଲାଇନ୍ରେ ବିକ୍ରି କରୁଛନ୍ତି। ଟି-ଶର୍ଟରେ ଦେଖାଯାଉଛି ଯେ, ଟ୍ରମ୍ପଙ୍କ ମୁହଁରୁ ରକ୍ତ ବାହାରୁଛି। ତାଙ୍କୁ ସମର୍ଥକମାନେ ଉଦ୍ଧାର କରୁଛନ୍ତି।
ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଆକ୍ରମଣ ଘଟଣାର ୨ ଘଣ୍ଟା ଭିତରେ ଟି-ଶର୍ଟର ପ୍ରଥମ ଦଫା ଆଲିବାବାଙ୍କ ଦ୍ବାରା ପରିଚାଳିତ କଂପାନୀ ତଥା ଲୋକପ୍ରିୟ ଚୀନ ଇ-କମର୍ସ ପ୍ଲାଟଫର୍ମ ତାଓବାଓରେ ବିକ୍ରି ଆରମ୍ଭ ହୋଇଛି।
ଚୀନ ଅନ୍ଲାଇନ୍ ଶପିଂ ପ୍ଲାଟଫର୍ମ ତାଓବାଓର ଜଣେ ବିକ୍ରେତା ଲି ଜିନୱେଇ କହିଛନ୍ତି, ଆମେ ଗୁଳିମାଡ଼ ସଂପର୍କରେ ଖବର ଦେଖିବା ମାତ୍ରେ ତାଓବାଓ ଉପରେ ଟି-ଶର୍ଟ ଉତ୍ପାଦନ ଆରମ୍ଭ କରିଦେଇଥିଲୁ। ଟି-ଶର୍ଟ ପ୍ରିଣ୍ଟ ହେବା ପୂର୍ବରୁ ୨୦୦୦ରୁ ଅଧିକ ଅର୍ଡର ମିଳି ସାରିଥିଲା। ଲି ଜିନୱେଇ କହିଛନ୍ତି ଯେ, ଟି-ଶର୍ଟ କାରଖାନା ଉତ୍ତର ରାଜ୍ୟ ହେବୈରେ ରହିଛି। ଏଥି ପାଇଁ ଅର୍ଡର ଆସିବା ପରେ ଟି-ଶର୍ଟ କାରଖାନା ବସ୍ ସଂପର୍କିତ ଫଟୋକୁ ଡାଉନଲୋଡ କରାଯାଇଥିଲା ଏବଂ ନିଜର ଡିଜିଟାଲ ପ୍ରିଣ୍ଟି କ୍ଷମତାକୁ ବ୍ୟବହାର କରି ଟି-ଶର୍ଟ ପ୍ରସ୍ତୁତ କରାଯାଇଥିଲା।