ନୂଆଦିଲ୍ଲୀ: ସରକାର ଦ୍ବାରା ପରିଚାଳିତ ଯୋଜନା ନ୍ୟାସନାଲ ପେନ୍ସନ ସିଷ୍ଟମ (ଏନ୍ପିଏସ୍) ଗତ ଏକ ବର୍ଷ ହେଲା ଭଲ ରିଟର୍ଣ୍ଣ ଦେଇଛି। ଏହି ସମୟ ମଧ୍ୟରେ ଏନ୍ପିସଏସ୍ର ପାଖାପାଖି ୩୬ ପ୍ରତିଶତ ଯାଏଁ ରିଟର୍ଣ୍ଣ ଦେଇଛି। ଏହି ଲାଭ ଏଭଳି ସମୟରେ ମିଳିଛି, ଯେତେବେଳେ ସେୟାର ବଜାର ରେକର୍ଡ କରୁଛି। ଫଳରେ ଏନ୍ପିଏସ୍ରେ ନିବେଶ କରୁଥିବା ଲୋକଙ୍କୁ ଲାଭ ହେଉଛି। ନିବେଶକାରୀ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି। ଏନ୍ପିଏସ୍ର ଏଏମ୍ୟୁ ଏବେ ବଢ଼ି ପାଖାପାଖି ୧୨.୫ ଲକ୍ଷ କୋଟି ଟଙ୍କା ହୋଇଛି।
ପେନ୍ସନ୍ ଫଣ୍ଡ ଆଣ୍ଡ ଡେଭଲପମେଣ୍ଟ ଅର୍ଥରିଟି (ପିଏଫ୍ଆରଡିଏ)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଅନୁସାରେ ଗତ ୬ ମାସରେ ଏନ୍ପିଏସ୍ର ଏୟୁଏମ୍ ପାଖାପାଖି ୧.୫୦ ଲକ୍ଷ କୋଟି ଟଙ୍କା ବଢ଼ିଛି। ଅନୁମାନ ଲଗାଯାଇପାରିବ ଯେ, ଯଦି ଏହଭଳି ଭାବେ ରେସ୍ପନ୍ସ ମିଳିବ ତା’ହେଲେ ମାର୍ଚ୍ଚ ୨୦୨୫ ଯାଏଁ ଏଏମ୍ୟୁ ବଢ଼ି ୧୫ ଲକ୍ଷ କୋଟି ଟଙ୍କା ହୋଇଯିବ।
ଶ୍ରୀ ମହନ୍ତି କହିଛନ୍ତି, ୨୦୨୪ ଜୁଲାଇରୁ ଏନ୍ପିଏସ୍ ନିୟମରେ ପରିବର୍ତ୍ତନ ହୋଇଛି। ସବ୍ସ୍କ୍ରାଇବରକୁ ଅଧିକ ଲାଭ ଦେବା ପାଇଁ ଟି+ ଯୋଜନାକୁ ଲାଗୁ କରାଯାଇଛି। ଏହି ନିୟମ କାରଣରୁ ଏବେ ନିବେଶଙ୍କୁ ଲାଭ ହେଉଛି।