ନୂଆଦିଲ୍ଲୀ: ୟୁପିଆଇ ଜରିଆରେ ଟଙ୍କା ନେଣଦେଣ କରୁଥିବା ଉପଭୋକ୍ତାଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି । ଆସନ୍ତାକାଲି (ସେପ୍ଟେମ୍ବର ୪) ଏସବିଆଇ ବ୍ୟାଙ୍କ ଖାତାଧାରୀ ଉପଭୋକ୍ତାମାନେ ୟୁପିଆଇରେ ଅନଲାଇନ୍ ଟଙ୍କା ନେଣଦେଣ କରିପାରିବେ ନାହିଁ । ଏ ନେଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ କୌଣସି ଜରୁରୀ କାମ ପାଇଁ ଆଜିଠାରୁ ଆଗୁଆ ପାଖରେ ନଗଦ ଟଙ୍କା ରଖିବାକୁ ଏସବିଆଇ କହିଛି ।
ଏସବିଆଇର ସୂଚନା ଅନୁସାରେ, ଆଜି ରାତି ୧୨ଟା ୪୫ ମିନିଟରୁ ୧ଟା ପର୍ଯ୍ୟନ୍ତ ୟୁପିଆଇ ସର୍ଭିସ୍ କାମ କରିବ ନାହିଁ । ପ୍ରାୟ ୪୫ ମିନିଟ୍ ଧରି ୟୁପିଆଇ ସେବା ବନ୍ଦ ରହିବ । ବ୍ୟାଙ୍କର କିଛି ମେଣ୍ଟେନାନ୍ସ କାମ ପାଇଁ ୟୁପିଆଇ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଯଦି ଏହି ସମୟ ମଧ୍ୟରେ କାମ ଶେଷ ହୋଇଯାଇଯାଏ ତେବେ ୟୁପିଆଇ ସେବା ପୁନଃକାର୍ଯ୍ୟକ୍ଷମ ହୋଇଯିବ ।ଏହି ସମୟରେ ବଡ଼ ଆକାରରେ ଟଙ୍କା ନେଣଦେଣ କରି ହେବ ନାହିଁ । କିନ୍ତୁ ୟୁପିଆଇ ଲାଇଟ୍ (UPI Lite)ର ବ୍ୟବହାର କରି ବିନା ପିନ୍ ଦେଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିହେବ । ଏହା ସହିତ ୟୁପିଆଇ ଲାଇଟରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା ରଖିପାରିବେ ।