ନୂଆଦିଲ୍ଲୀ: ପାୱାର ଇନ୍ଫ୍ରା ପ୍ରକଳ୍ପ କ୍ଷେତ୍ରରେ କାମ କରୁଥିବା ଏକ କଂପାନି ଦେବାଳିଆ ହୋଇଛି। ନ୍ୟାସନାଲ କଂପାନି ଟ୍ରିବ୍ୟୁନାଲର ହାଇଦ୍ରାବାଦ ପୀଠ ଜିଭିକେ ପାୱାର ଆଣ୍ଡ ଇନ୍ଫ୍ରାଷ୍ଟକଚର ଲିମିଟେଡ (ଜିଭିକେପିଆଇଏଲ)କୁ ଦେବାଳିଆ ଘୋଷିତ କରାଯାଇଛି। ଏହି କଂପାନି ଉପରେ ୧୮୦୦୦ କୋଟି ଟଙ୍କା ଋଣ ରହିଛି। ଏହି ଋଣ ଆଇସିଆଇସିଆଇ ଏବଂ କିଛି ଅନ୍ୟ ଋଣଦାତାଙ୍କ ଦ୍ବାରା ଦିଆଯାଇଛି।
ଜିଭିକେପିଆଇଏଲ ହେଉଛି ଜିଭିକେ ଗ୍ରୁପର ଏକ କଂପାନି। ଏହି ଋଣ ୧୦ ବର୍ଷ ପୂର୍ବରୁ ଜିଭିକେ କୋଲ ଡଭଲପର୍ସ (ସିଙ୍ଗାପୁର) ପ୍ରାଇଭେଟ ଲିମିଟେଡ ଦ୍ବାରା ଦିଆଯାଇଥିଲା। ଏଥି ପାଇଁ ଜିଭିକେପିଆଇଏଲ ଗ୍ୟାରଣ୍ଟର ଥିଲା। ଋଣ ଫେରସ୍ତ କରିନପାରିବାରୁ ଦେବାଳିଆ ଘୋଷିତ କରାଯାଇଛି ଏବଂ ଏବେ ଏହି କଂପାନି ଉପରେ କର୍ପୋରେଟ ଦିବାଲା ସମାଧାନ ପ୍ରକ୍ରିୟା ଆରମ୍ଭ କରାଯାଇଛି।
ଏନ୍ସିଏଲ୍ଟିର ସଦସ୍ୟ (ନ୍ୟାୟିକ) ରାଜୀବ ଭରଦ୍ବାଜ ଓ ସଦସ୍ୟ (ଟେକନିକ) ସଂଜୟ ପୁରୀ ଆଇସିଆଇସି ଦ୍ବାରା ୨୦୨୨ରେ ଆବେଦନ ଉପରେ ଜୁଲାଇ ୧୨ ଆଦେଶ ଅନୁସାରେ ଶୁଣାଯାଇଛି। ଏବେ ଏହି କଂପାନି ବିରୋଧରେ ସିଆଇଆରପି ଜାରି କରାଯାଇଛି। ତେବେ ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ମଙ୍ଗଳବାର ଜିଭିକେ ପାୱାରର ସେୟାର ହ୍ରାସ ପାଇଛି। କଂପାନିର ସେୟାର ମଙ୍ଗଳବାର ୯.୬୪ ଟଙ୍କାରେ ବନ୍ଦ ହୋଇଛି।