ନୂଆଦିଲ୍ଲୀ/ଲକ୍ଷ୍ନୌ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଉତ୍ତରପ୍ରଦେଶର ମିରଟ ଏବଂ ବାରାଣସୀ ଗସ୍ତ କାର୍ଯ୍ୟକ୍ରମକୁ ଅଚାନକ ବାତିଲ କରାଯାଇଛି। ସାମ୍ପ୍ରତିକ ରାଜନୈତିକ ଏବଂ ଆଇନଗତ ବିବାଦ, ବିଶେଷ କରି ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଏବଂ ପ୍ରଶାସନିକ ନିଷ୍ପତ୍ତିକୁ ନେଇ ହାଇକୋର୍ଟରେ ମାମଲା ଦାୟର ହେବା ପରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।
ନିକଟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀ ଏବଂ ଗତ କିଛି ମାସ ଭିତରେ ଜାରି ହୋଇଥିବା ପ୍ରଶାସନିକ ଆଦେଶଗୁଡ଼ିକୁ ଚାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଛି। ଏହି ମାମଲାକୁ ନେଇ ଦେଶର ରାଜନୈତିକ ଓ ପ୍ରଶାସନିକ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି। ନିର୍ବାଚନ ଆୟୋଗର କିଛି ନିଷ୍ପତ୍ତିକୁ ନେଇ ପୂର୍ବରୁ କମିଶନଙ୍କ ଭିତରେ ମଧ୍ୟ ମତଭେଦ ସାମ୍ନାକୁ ଆସିଥିଲା, ଯାହାକୁ ନେଇ ବିରୋଧୀ ଦଳମାନେ କ୍ରମାଗତ ଭାବେ ପ୍ରଶ୍ନ ଉଠାଇଆସୁଛନ୍ତି।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଏହି ଗସ୍ତକୁ ସ୍ଥଗିତ କିମ୍ବା ବାତିଲ କରାଯାଇଥିବା ସୂଚନା ମିଳିଛି। ନିର୍ବାଚନ ଆୟୋଗ ପକ୍ଷରୁ ଗସ୍ତ ବାତିଲ ହେବା ନେଇ ଆଧିକାରିକ ଭାବେ ବିସ୍ତୃତ କାରଣ ପ୍ରକାଶ କରାଯାଇ ନଥିଲେ ମଧ୍ୟ, ଏହି ସମୟରେ ଏଭଳି ଗସ୍ତ ରଦ୍ଦ ହେବା ବିଭିନ୍ନ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି।
Also Read: ଜ୍ଞାନେଶ କୁମାରଙ୍କ ଆଦେଶ ରଦ୍ଦ କରାଯାଉ, SIR ପ୍ରକ୍ରିୟା ବାତିଲ୍ ହେଉ ; ହାଇକୋର୍ଟରେ ଯାଚିକା ଦାୟର