ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ୨୯୮ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବା କଙ୍ଗାରୁ ଦଳ ଏକ ସମୟରେ ମ୍ୟାଚ୍ରେ ଭଲ ସ୍ଥିତିରେ ଥିଲେ ମଧ୍ୟ, ଶେଷ ଆଡ଼କୁ ହଠାତ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୧୫ ରନ୍ ଭିତରେ ଦଳର ଶେଷ ୪ଟି ୱିକେଟ୍ ପଡ଼ିଯିବାରୁ ସମଗ୍ର ଅଷ୍ଟ୍ରେଲିଆ ଦଳ ୨୩୦ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍କୁ ୬୭ ରନ୍ରେ ଜିତିନେଇଛି।ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି।
ବ୍ରିଟ୍ଜ୍କେ ଏବଂ ୟାନସେନ୍ଙ୍କ ଦମଦାର୍ ପ୍ରଦର୍ଶନ
ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍ ହରାଇ ୨୯୭ ରନ୍ କରିଥିଲା। ଦଳ ପକ୍ଷରୁ ମ୍ୟାଚ୍ର ହିରୋ ସାଜିଥିଲେ ମ୍ୟାଥ୍ୟୁ ବ୍ରିଟ୍ଜ୍କେ, ଯିଏକି ସର୍ବାଧିକ ୧୧୨ ରନ୍ର ଜବରଦସ୍ତ ଶତକୀୟ ପାଳି ଖେଳିଥିଲେ। ସେ ୧୦୬ ବଲ୍ର ସମ୍ମୁଖୀନ ହୋଇ ୧୪ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ଏହାସହ ଅଲରାଉଣ୍ଡର ମାର୍କୋ ୟାନସେନ୍ ମଧ୍ୟ ୫୯ ବଲ୍ରୁ ୭୫ ରନ୍ର ଏକ ଦ୍ରୁତ ପାଳି ଖେଳିଥିଲେ। ବ୍ରିଟ୍ଜ୍କେ ଏବଂ ୟାନସେନ୍ ଷଷ୍ଠ ୱିକେଟ୍ ପାଇଁ ୧୦୭ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରି ଦଳକୁ ଏକ ମଜଭୁତ ସ୍ଥିତିକୁ ଆଣିଥିଲେ।
ମାର୍ସ ଏବଂ ରେନଶ୍ରୁଙ୍କ ପ୍ରୟାସ ବିଫଳ:
୨୯୮ ରନ୍ର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ମାର୍ସ ସର୍ବାଧିକ ୬୦ ରନ୍ କରିଥିବାବେଳେ ମ୍ୟାଟ୍ ରେନଶ୍ରୁ ୪୪ ରନ୍ ଯୋଡ଼ିଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ଦଳକୁ ସମ୍ଭାଳିବାକୁ ବହୁ ପ୍ରୟାସ କରିଥିଲେ ମଧ୍ୟ ଅନ୍ୟ କୌଣସି ଖେଳାଳି ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ପାରି ନଥିଲେ।
ଆଫ୍ରିକା ପକ୍ଷରୁ ମାରାତ୍ମକ ବୋଲିଂ ପ୍ରଦର୍ଶନ କରି ସ୍ପିନର୍ କେଶବ ମହାରାଜ ସର୍ବାଧିକ ୪ଟି ୱିକେଟ୍ ଦଖଲ କରିଥିଲେ। ସେ ନିଜର ୯.୨ ଓଭରରେ ମାତ୍ର ୨୦ ରନ୍ ଦେଇ ୨ ଓଭର ମେଡେନ୍ ମଧ୍ୟ ରଖିଥିଲେ। ଏହାଛଡ଼ା କର୍ବିନ୍ ବସ୍ ଏବଂ ବ୍ୟୋର୍ନ ଫୋର୍ଟୁଇନ୍ ୨୫ଟି ଲେଖାଏଁ ଏବଂ ଗେରାଲ୍ଡ କୋଏତ୍ଜି ଓ ମାର୍କୋ ୟାନସେନ୍ ଗୋଟିଏିଏ ୱିକେଟ୍ ଅକ୍ତିଆର କରିଥିଲେ।