ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି ପୁଣି ଏକ ଦାବି ସହିତ ଦେଶ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଏଥର ସିଜେପିର ଟାର୍ଗେଟରେ ଭାରତୀୟ ନିର୍ବାଚନ ଆୟୋଗ । ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ନ ଦେଲେ ଦେଶ ବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସିଜେପି ରାଷ୍ଟ୍ରୀୟ ସଂଯୋଜକ ଅଭିଜିତ ଦିପକେ ଏବଂ ସହ ସଂଯୋଜକ ସୌରଭ ଦାସ ଓ ଆଶୁତୋଷ ରାଙ୍କା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ସିଜେପି ତିନୋଟି ପ୍ରମୁଖ ଦାବି ରଖିଛି । ପ୍ରଥମ ଦାବି ହେଉଛି, ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ସହିତ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା । ଦ୍ୱିତୀୟ ଦାବି ହେଉଛି ନିକଟ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ନିର୍ବାଚନକୁ ରଦ୍ଦ କରିବା । ୨୦୨୪ ଭୋଟର ତାଲିକାକୁ କାର୍ଯ୍ୟକାରୀ କରିବା ସହିତ ଏସ୍ଆଇଆର୍ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଜାରି କରିବା । ଏହା ସହିତ ସୁପ୍ରିମକୋର୍ଟ ଏସ୍ଆଇଆର୍ ସହିତ ଜଡ଼ିତ ସମସ୍ତ ଦସ୍ତାବେଜକୁ ସିଜ୍ କରିବା । ତୃତୀୟ ଦାବି ହେଉଛି, ନିର୍ବାଚନ ଆୟୋଗଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା କରୁଥିବା ୨୦୨୩ ଆଇନକୁ ପ୍ରତ୍ୟାହାର କରିବାକୁ ସିଜେପି ଦାବି କରିଛି ।
ଦିପକେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ଯଦି ତାହା ପୂରଣ ନ ହୁଏ ତେବେ ସିଜେପି ଦେଶବ୍ୟାପୀ ଆନ୍ଦୋଳନ କରିବା ସହିତ ଦିଲ୍ଲୀର ଜନ୍ତରମନ୍ତର ୨.୦ ଆରମ୍ଭ
ଖାଲି ସେତିକି ନୁହେଁ ଅଭିଜିତ ଦିପକେ ନିର୍ବାଚନ ଅଧିକାରୀଙ୍କ ବିରୋଧରେ କଡ଼ା ଶବ୍ଦ ପ୍ରୟୋଗ କରିଛନ୍ତି । ସେ ଜ୍ଞାନେଶ କୁମାରଙ୍କୁ ଦେଶ ଦ୍ରୋହୀ ଭାବରେ ବର୍ଣ୍ଣନା କରିଛନ୍ତି । ସେ ଗଣତନ୍ତ୍ର ସବୁଠାରୁ ବଡ଼ ବିପଦ ବୋଲି ଦିପକେ କହିଛନ୍ତି ।