ମୁମ୍ବାଇ: କେନ୍ଦ୍ର ସରକାରଙ୍କ ବଜେଟ୍-୨୦୨୪ ପୂର୍ବରୁ ଭାରତୀୟ ସେୟାର ବଜାରକୁ ଶକ୍ତ ଝଟକା ଲାଗିଛି। ଆଜି ସେୟାର ମାର୍କେଟ ହ୍ରାସ ପାଇଛି। ସପ୍ତାହର ପ୍ରଥମ ଦିନ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନ୍ସେକ୍ସ ୫୦୦ ପଏଣ୍ଟ ହ୍ରାସ ପାଇଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ୧୦୦ ପଏଣ୍ଟ ହ୍ରାସ ପାଇଛି। ସୂଚନାଯୋଗ୍ୟ ମଙ୍ଗଳବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ।
ସୋମବାର ସେୟାର ବଜାରର ପ୍ରାରମ୍ଭ ଖରାପ ପ୍ରଦର୍ଶନ ରହିଛି। ବିଏସ୍ସି ସେନସେକ୍ସ ଶେଷ ଥର ପାଇଁ ୮୦,୬୦୪.୬୫ ସ୍ତରରୁ ୨୦୦ ଅଙ୍କ ହ୍ରାସ ପାଇ ୮୦,୪୦୮.୯୦ ସ୍ତରରୁ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ୫ ମିନିଟରେ ୫୦୦ ଅଙ୍କ ହ୍ରାସ ପାଇ ୮୦, ୧୦୩.୭୭ ସ୍ତରରେ ପହଞ୍ଚି ଥିଲା। ସେନସେକ୍ସ ଭଳି ଏନ୍ଏସ୍ଇ ନିଫ୍ଟି ମଧ୍ୟ ଶେଷ ଥର ତୁଳନା ୨୪,୫୩୦.୯୦ ତୁଳନାରେ ୨୪,୪୪୫.୭୫ ସ୍ତରରୁ ବ୍ୟବସାୟ ଆରମ୍ଭ କରିଛି। ୧୪୭.୫୦ ଅଙ୍କ ହ୍ରାସ ପାଇ ୨୪,୩୮୩.୪୦ ସ୍ତରରେ ପହଞ୍ଚିଛି।