ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ର ଦଳ ଘୋଷଣା ଯେତେବେଳେ କରାଗଲା, ସମସ୍ତେ ଆଶ୍ଚର୍ଯ୍ୟ ଥିଲେ, କାରଣ ଦଳର ଉପଅଧିନାୟକ ଶୁଭମନ ଗିଲଙ୍କୁ ସ୍ଥାନ ମିଳି ନ ଥିଲା । ବିସିସିଆଇ ଟି-୨୦ ବିଶ୍ୱକପ୍ ପାଇଁ ଗିଲଙ୍କୁ ପ୍ରସ୍ତୁତ କରୁଥିଲା । ମାତ୍ର ତାଙ୍କର ଖରାପ ଫର୍ମ କାରଣରୁ ଚୟନକର୍ତ୍ତା ତାଙ୍କୁ ବାଦ୍ ଦେବାକୁ ଉଚିତ୍ ମଣି ଥିଲେ । ଏବେ ପୂର୍ବତନ ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରାଙ୍କ କହିବା କଥା ଗିଲକୁ ଏବେ ଆଇପିଏଲରେ ନିଜକୁ ପ୍ରମାଣିତ କରିବାକୁ ପଡିବ ।
ଗିଲ୍ ବର୍ତ୍ତମାନ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ । ଜିଓହଟଷ୍ଟାର ସହ ଆଲୋଚନା ବେଳେ ପୂଜାରାଙ୍କୁ ତିନି ଫର୍ମାଟ୍ ପାଇଁ ଏକ ଉପଯୁକ୍ତ ଖେଳାଳି ଦର୍ଶାଇଛନ୍ତି । ଆଇପିଏଲରେ ତାଙ୍କର ପ୍ରଦର୍ଶନ ପ୍ରଭାବଶାଳୀ ରହିଛି । ଏଥର ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ପୁଣି ଥରେ ସେ ଟି-୨୦ ଭାରତୀୟ ଦଳରେ ସ୍ଥାନ ପାଇ ପାରିବେ ।
ହେଲେ ତାଙ୍କ ଉପରେ କିଛିଟା ଚାପ ରହିବ । କାରଣ ତାଙ୍କୁ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ଭାରତୀୟ ଦଳର ସଦସ୍ୟ ନାହାନ୍ତି । କିନ୍ତୁ ତାଙ୍କ ନିକଟରେ ଏବେ ସୁଯୋଗ ରହିଛି । ସେ ଆଇପିଏଲ ୨୦୨୬ରେ ଦମଦାର ପ୍ରଦର୍ଶନ କରି ନିଜର ପ୍ରମାଣିତ କରି ପାରିବେ । ସେ ୧୫୦ରୁ ୧୬୦ ଷ୍ଟ୍ରାଇକରେଟରେ ବ୍ୟାଟିଂ କରି ପାରିବେ ବୋଲି ପୂଜାରା କହିଛନ୍ତି । ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୬ ମାର୍ଚ୍ଚ ୮ରୁ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆରସିବି ଓ ଏସଆରଏଚ ।