ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ପ୍ରାୟ ଏକ ସପ୍ତାହର ସମୟ ରହିଛି । ମାତ୍ର ଅନେକ ଟିମକୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବଡ ଝଟକା ଲାଗିଛି । ୭ ଖେଳାଳି ବାହାରି ଯିବାରୁ ଅନେକ ଟିମ୍ ସମସ୍ୟାରେ । ବଡ କଥା ଏଥିରୁ ଛଅ ଖେଳାଳି ହେଉଛନ୍ତି ଦ୍ରୁତ ବୋଲର । ବାହାରି ଯାଇଥିବା ଖେଳାଳିଙ୍କ ମଧ୍ୟରୁ ଚାରି ଜଣ ଅଷ୍ଟ୍ରେଲିଆର । ଏହି ଚାରି ଖେଳାଳିଙ୍କୁ କିଣିବା ପାଇଁ ନିଲାମରେ ବେଶ ଟଙ୍କା ବର୍ଷା କରିଥିଲେ ଫ୍ରାଞ୍ଚାଇଜ । ଏଥିରୁ ଜଣେ ଖେଳାଳି ପ୍ରଥମ ଥର ଆଇପିଏଲ୍ ଖେଳିଥାନ୍ତେ । ଏହି ତାଲିକାରେ ଜଣେ ଭାରତୀୟ ଖେଳାଳିଙ୍କ ନାଁ ମଧ୍ୟ ରହିଛି ।
ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ହେଲେ ଏହି ଦୁଇ ଦଳକୁ ଅଷ୍ଟ୍ରେଲିଆ ଖେଳାଳିଙ୍କ ଉନୁପସ୍ଥିତି ଅନୁଭୂତ ହେବ । ବାଦ୍ ପଡିଥିବା ଖେଳାଳିଙ୍କ ମଧ୍ୟରେ ଏସଆରଏଚର ପାଟ୍ କମିନ୍ସ, ଆରସିବିର ଜୋଶ ହାଜେଲଉଡ ରହିଛନ୍ତି । ଏହା ବ୍ୟତୀତ ସିଏସକେର ନାଥନ ଏଲିସ ଓ ଏସଆରଏଚର ଜ୍ୟାକ ଏଡଓା୍ୱର୍ଡ୍ସ ମଧ୍ୟ ସାମିଲ୍ ।
୩ ଜଣ ଖେଳାଳି ଓପନିଂ ମ୍ୟାଚରୁ ବାଦ ପଡ଼ିଲେ
୨୦୨୬ ଅ।।ଇିଏଲରୁ ବାଦ ପଡ଼ିଥିବା ୭ ଜଣ ଖେଳାଳିଙ୍କ ମଧ୍ୟରୁ ୬ ଜଣ ପେସର। ସୌଭାଗ୍ୟବଶତଃ, ଏହି ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ୩ ଜଣ ପ୍ରାରମ୍ଭିକ ପର୍ୟ୍ୟାୟରୁ ବାହାରେ ଅଛନ୍ତି, ସମ୍ପୂର୍ଣ୍ଣ ସିଜନରେ ନୁହେଁ। ପ୍ୟାଟ୍ କମିନ୍ସ, ଜୋଶ୍ ହାଜେଲଉଡ୍ ଏବଂ ଲକି ଫର୍ଗୁସନ୍ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ।
ପ୍ୟାଟ୍ କମିନ୍ସ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ, କିନ୍ତୁ ସେ ଏ ପର୍ଯ୍ୟନ୍ତ ଆଘାତରୁ ସୁସ୍ଥ ହୋଇନାହାଁନ୍ତି। ଆଘାତ ଯୋଗୁଁ ସେ ଟି-୨୦ ବିଶ୍ୱକପ୍ ମଧ୍ୟ ଖେଳି ପାରି ନ ଥିଲେ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିବା ଜୋଶ୍ ହାଜେଲଉଡ୍ ମଧ୍ୟ ଆହତ ହୋଇଛନ୍ତି। ହାଜେଲଉଡ୍ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ ଏବଂ ପରେ ଦଳରେ ଯୋଗ ଦେଇପାରନ୍ତି।
ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ବୋଲର ଲକି ଫର୍ଗୁସନ୍ଙ୍କୁ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିବେ । କିନ୍ତୁ ସେ ଜାତୀୟ ମ୍ୟାଚ୍ ଯୋଗୁଁ କିଛି ଆଇପିଏଲ୍ ମ୍ୟାଚ୍ ଖେଳି ପାରିବେ ନାହିଁ। ଲିଗ୍ ର କିଛି ମ୍ୟଚ୍ରେ ଅନୁପସ୍ଥିତିର ଆଉ ଏକ କାରଣ ହେଉଛି ସେ ସମ୍ପ୍ରତି ପିତା ହୋଇଛନ୍ତି ଏବଂ ତାଙ୍କ ପରିବାର ସହିତ କିଛି ସମୟ ବିତାଇବାକୁ ଚାହୁଁଛନ୍ତି।
ଭାରତୀୟ ଦ୍ରୁତ ବୋଲର ମଧ୍ୟ ସାମିଲ
ଭାରତୀୟ ଦ୍ରୁତ ବୋଲର ହର୍ଷିତ ରାଣା ମଧ୍ୟ ଆଘାତ ଯୋଗୁଁ ଆଇପିଏଲ୨୦୨୬ ଖେଳିପାରିବେ ନାହିଁ। ଟି୨୦ ବିଶ୍ୱକପ୍ ପୂର୍ବରୁ ତାଙ୍କର ଆଣ୍ଠୁରେ ଆଘାତ ଲାଗିଥିଲା। ସେ କେକେଆର ଦଳରେ ଥିଲେ। ସାମ କରନ, ଜ୍ୟାକ୍ ଏଡୱାର୍ଡସ୍ ଏବଂ ନାଥନ୍ ଏଲିସ୍ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଆଇପିଏଲ୍ ୨୦୨୬ ରୁ ବାଦ ପଡ଼ିଛନ୍ତି।