ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲସ୍ଥିତ ଏକ ୨୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଉପରେ ପାକିସ୍ତାନ ଗତକାଲି ରାତିରେ ଏକ ବଡ଼ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ହସ୍ପିଟାଲର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା। ଆଫଗାନିସ୍ତାନ କ୍ରିକେଟର ଆଲ୍ଲାହ ଘଜାନଫର ଏହି ଦୁଃଖଦ ଘଟଣାର ତୀବ୍ର ନିନ୍ଦା କରିଥିଲେ। ସେ କହିଥିଲେ ଯେ ଗରିବ ଲୋକଙ୍କ ଚିକିତ୍ସା ପାଇଁ ଏକ ସୁବିଧାକୁ ଟାର୍ଗେଟ କରିବା ଆଫଗାନିସ୍ତାନ ପାଇଁ ଗ୍ରହଣୀୟ ନୁହେଁ। ସେ ଅନ୍ତର୍ଜାତୀୟ ସମ୍ପ୍ରଦାୟ, ବିଶେଷକରି ଭାରତକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ।
ଆଫଗାନିସ୍ତାନର ଇତିହାସକୁ ଉଦ୍ଧୃତ କରି ଘଜାନଫର ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ ଯଦି ଇତିହାସ ପୁନରାବୃତ୍ତି ହୁଏ, ତେବେ ଏହା ସେମାନଙ୍କ ପାଇଁ ବିପର୍ଯ୍ୟୟଜନକ ହେବ। ସେ ଭାରତକୁ ଆଫଗାନିସ୍ତାନର ‘ପ୍ରକୃତ ବନ୍ଧୁ’ ବୋଲି କହିଥିଲେ ଏବଂ ଏହି ସଙ୍କଟ ସମୟରେ ଏକାଠି ହେବାକୁ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଅନୁରୋଧ କରିଥିଲେ। ପାକିସ୍ତାନ ବିମାନ ଆକ୍ରମଣର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି।
ଆଇପିଏଲ୍-୨୦୨୬ରେ ଏମ୍ଆଇ ଜର୍ସି ପିନ୍ଧିବାକୁ ଯାଉଥିବା ଆଲ୍ଲାହ ଘଜାନଫର ଜାତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତାରେ ନିଜର ଯନ୍ତ୍ରଣା ବାଣ୍ଟିଥିଲେ। ଆଲ୍ଲାହ ଘଜାନଫର କହିଛନ୍ତି, ସେଠାକାର ଲୋକଙ୍କ ପାଖରେ ଚିକିତ୍ସା ପାଇଁ ଟଙ୍କା ନାହିଁ ଏବଂ ଏବେ ସେମାନେ ସେହି ସ୍ଥାନକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏହା ଆଫଗାନିସ୍ତାନର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।
ଘଜନଫର ସାମରିକ ଆକ୍ରମଣ ପଛରେ ଥିବା ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି କେହି କ’ଣ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। ସେ ଚେତାବନୀ ଦେଇଛନ୍ତି, ସାରା ବିଶ୍ୱ ଆଫଗାନିସ୍ତାନର ଇତିହାସ ଜାଣେ। ଯଦି ଇତିହାସ ପୁନରାବୃତ୍ତି ହୁଏ, ତେବେ ଏହା ପାକିସ୍ତାନ ପାଇଁ ବହୁତ ଖରାପ ହେବ।
ଆଇପିଏଲ୍-୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବାକୁ ଯାଉଥିବା ଘଜନଫର ଭାରତକୁ ଆଫଗାନିସ୍ତାନର ଘନିଷ୍ଠ ବନ୍ଧୁ ବୋଲି କହିଛନ୍ତି। ସେ କହିଛନ୍ତି, ଭାରତ ଆମର ଘନିଷ୍ଠ ବନ୍ଧୁ। ଆମେ ଚାହୁଁଛୁ ଯେ ଭାରତ ଏହି ପ୍ରସଙ୍ଗରେ ଆମ ସହିତ କଥା ହେଉ ଏବଂ ଭବିଷ୍ୟତରେ ଏପରି ନିର୍ଦ୍ଦୋଷ ଜୀବନ ଯେପରି ନ ଯାଏ ସେଥିପାଇଁ ସାହାଯ୍ୟର ହାତ ବଢ଼ାଉ। ସେ କହିଛନ୍ତି ଯେ ବିଶ୍ୱ ପୂର୍ବରୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି, ଏବଂ ଯୁଦ୍ଧ ଏବଂ ସଂଘର୍ଷ କାହାରି ସ୍ୱାର୍ଥରେ ନୁହେଁ।
ଅଧିକ ପଢ଼ନ୍ତୁ: ଭାରତକୁ ବନ୍ଧୁତାର ପ୍ରତିଶ୍ରୁତି ଦେଲା ଏହି ମୁସଲିମ ଦେଶ, ପଠାଇଲା ୪ଟି ଟ୍ୟାଙ୍କର