ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଜ୍ୟସଭାରୁ ବିଦାୟ ନେଉଥିବା ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି । ସେ ନିଜ ଭାଷଣରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଓ ଶରଦ ପାୱାରଙ୍କ ପ୍ରଶଂସା କରିଛନ୍ତି । ପିଏମ ମୋଦୀ କହିଛନ୍ତି, ଏହି ସବୁ ସଦସ୍ୟ ବହୁତ ମୂଲ୍ୟବାନ ଯୋଗଦାନ ଦେଇଛନ୍ତି । ଏମାନେ ଏମିତି ବରିଷ୍ଠ ନେତା ଯିଏ ନିଜ ଜୀବନର ଅଧା ସମୟ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ସମର୍ପିତ କରିଛନ୍ତି । ଏତେ ଲମ୍ବା ଅନୁଭବ ପରେ ବି ସଂସଦର ନୂଆ ସଦସ୍ୟଙ୍କୁ ଏମାନଙ୍କଠୁ ଶିଖିବା ଉଚିତ୍ ଯେ, କେଉଁ ଭଳି ପୂରା ନିଷ୍ଠାର ସହ ସଦନରେ ଉପସ୍ଥିର ରୁହାଯାଏ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ସମସ୍ତଙ୍କୁ ଏହି ବରିଷ୍ଠ ନେତାଙ୍କଠୁ ଶିଖିବା ଉଚିତ୍ । ମୁଁ ସେମାନଙ୍କର ଯୋଗଦାନକୁ ସହୃଦୟରୁ ପ୍ରଶଂସା କରୁଛି, କାରଣ ସେମାନଙ୍କର ଲମ୍ବା କାର୍ଯ୍ୟକାଳ କୌଣସି ଛୋଟ କଥା ନୁହେଁ । ଏହି ସଦସରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ଏବଂ ପ୍ରତ୍ୟେକ ବହୁତ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଏହି ସମୟରେ କିଛି ଖଟା ଏବଂ କିଛି ମିଠା ଅନୁଭବ ରହିଛି । ମାତ୍ର ଏମିତି କିଛି ସମୟ ଆସିଥାଏ, ଆମେ ଦଳୀୟ ସୀମାଠୁ ଉପରକୁ ଉଠିଥାଉ ଏବଂ ଆମ ସମସ୍ତଙ୍କ ମନରେ ଏକ ମିଳିତ ଭାବନା ଜାଗ୍ରତ ହୁଏ ।
ରାଜନୀତିରେ ପୂର୍ଣ୍ଣ ବିରାମ ଲାଗେ ନାହିଁ
ପିଏମ ମୋଦୀ କହିଛନ୍ତି, ଆଜି ଯେଉଁ ସଦସ୍ୟ ବିଦାୟ ନେଉଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଆଶା କରି ଯାଉଛନ୍ତି ଯେ, ପୁଣି ଥରେ ଫେରିବେ । ଏଠାରେ କିଛି ସଦସ୍ୟ ପ୍ରାପ୍ତ ଅନୁଭବ ସହିତ ନେଇ କି ଯାଉଛନ୍ତି ଏବଂ ସେମାନେ ସମାଜରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେବା ଜାରି ରଖିବେ । ଯେଉଁ ସଦସ୍ୟ ବିଦାୟ ନେଉଛନ୍ତି, ହୋଇପାରେ ସେମାନଙ୍କ ମଧ୍ୟରୁ କିଏ ପୁନର୍ବାର ଗୃହକୁ ଫେରି ପାରନ୍ତି ।
ଖଡଗେ କ’ଣ କହିଲେ ?
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ରାଜନୀତି ଏବଂ ସାର୍ବଜନୀନ ଜୀବନରେ ଥିବା ଲୋକମାନେ ଦେଶ ସେବା ପ୍ରତି ଆଗ୍ରହ ହେତୁ କେବେ କ୍ଳାନ୍ତ ହୁଅନ୍ତି ନାହିଁ କିମ୍ବା ଅବସର ନିଅନ୍ତି ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଏଚ୍ ଡି ଦେବେଗୌଡ଼ାଙ୍କ ସମ୍ପର୍କରେ ଖଡଗେ କହିଛନ୍ତି, "ମୁଁ ଦେବଗୌଡ଼ାଙ୍କୁ ୫୪ ବର୍ଷରୁ ଅଧିକ ସମୟ ଧରି ଜାଣିଛି ଏବଂ ତାଙ୍କ ସହିତ ବ୍ୟାପକ ଭାବରେ କାମ କରିଛି। ପରେ, ମୁଁ ଜାଣିନାହିଁ କ’ଣ ହେଲା। ସେ ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କରିଥିଲେ।
Also read: ରେକର୍ଡ ଭାଙ୍ଗିଲା ବିଜେପି, ରାଜ୍ୟସଭାରେ ୧୪୦ ଟପିଲା ଏନଡିଏ