ନୂଆଦିଲ୍ଲୀ: ଇସ୍ରାଏଲ ନିଜର ପଡୋଶୀ ଦେଶ ଲେବାନନ ଉପରେ ଭୀଷଣ ହମଲା କରିଛି । ବୁଧବାର ବିନା କୌଣସି ସୂଚନାରେ ଇସ୍ରାଏଲ ମିସାଇଲ ମାଡ କରିଛି। ଏଥିରେ ଲେବାନନର ରାଜଧାନୀରେ ଏକ ବଡ କୋଠା ନିମିଷକେ ଭୁଶୁଡି ମାଟିରେ ମିଶି ଯାଇଛି । ଏହାର ଭିଡିଓ ସାରା ଦୁନିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି ।
କେବଳ ଏତିକି ନୁହେଁ ଇସ୍ରାଏଲର କହିବା କଥା ଦକ୍ଷିଣ ଲେବାନନରେ ହମଲା କରିବାକୁ ପ୍ରସ୍ତୁତି କରୁଥିଲା । ମାତ୍ର ବେରୁତରେ ମିସାଇଲ ଲଞ୍ଚ ହୋଇଗଲା । ଇରାନ ସହ ଜାରି ଯୁଦ୍ଧ ମଧ୍ୟରେ ଲେବାନନରେ ସକ୍ରିୟ ଉଗ୍ରବାଦୀ ସଂଗଠନ ହିଜବୁଲ୍ଲା ଉପରେ ହମଲା କରିଥିଲେ । ମାର୍ଚ୍ଚ ୨ରେ ଘଟିଥିବା ଏହି ଘଟଣା ପରେ ଲେବାନନ ମଧ୍ୟ ସିଧାସଳଖ ଯୁଦ୍ଧରେ ସାମିଲ ହୋଇଥିଲା । ଇସ୍ରାଏଲ ଲଗାତାର ଲେବାନନ ଉପରେ ଆକ୍ରମଣ କରି ଚାଲିଥିଲା ।
Updating...