କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳର 22 ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ହୋଇ ଯାଇଛିl ଜିଲ୍ଲାର କୃଷି ଓ ଅlନୁସଙ୍ଗିକ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି କରିବା ଦିଗରେ ପଦକ୍ଷେପ ନେବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲାl ଏହି କାର୍ଯ୍ୟକ୍ରମ ରେ OUAT ର ସମ୍ପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜିତ ମିଶ୍ର ଅଧ୍ୟକ୍ଷତା କରିଥିଲେl କଲିକତା ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ zone - 5 ATARI ର ପ୍ରମୁଖ ବୈଜ୍ଞାନିକ ଡ଼ କଲ୍ୟାଣ ସୁନ୍ଦର ଦାସ ଓ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ୱର ର ବରିଷ୍ଠ ବୈଜ୍ଞାନିକ ଡ଼ ଦୀପା ସାମନ୍ତ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେl
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ରୁ ଯୁଗ୍ମ ସମ୍ପ୍ରସାରଣ ଶିକ୍ଷା ଅଧ୍ୟକ୍ଷ ପ୍ରଫେସର ରବିରତ୍ନ ଦାଶ ଓ ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗ ର ବିଭାଗୀୟ ମୁଖ୍ୟ ପ୍ରଫେସର ସଞ୍ଜୟ କୁମାର ରାଉଳ ଯୋଗଦେଇଥିଲେl ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଯଥା : ଆଞ୍ଚଳିକ ଗବେଷଣା କେନ୍ଦ୍ର ର ସହଯୋଗୀ ଗବେଷଣା ଅଧ୍ୟକ୍ଷ ଡ଼ ଦିବ୍ୟ ରଞ୍ଜନ ମିଶ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ଦାସ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ପ୍ରଭାସ କୁମାର ବେହେରା, ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ସନତ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ଦାସ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଂ ବିଜୟ କୁମାର ତରାଇ, ସହ ନିର୍ବାହୀ ଯନ୍ତ୍ରୀ (କୃଷି) ଇଂ ରୋମାନ୍ସ ନାୟକ, ନାବାର୍ଡ ର ଜିଲ୍ଲା ଉନ୍ନୟନ ପରିଚାଳକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ, କୃଷି ବିଜ୍ଞାନ କେନ୍ଦ୍ର ଅନୁଗୋଳ ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ ଦେବାଶିଷ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର, କଟକ ର ବୈଜ୍ଞାନିକ ଡ଼ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଆକାଶବାଣୀ ଯୋରନ୍ଦା ର ମୁଖ୍ୟ ଶ୍ରୀ ରାଜୀବ କୁମାର ମାହୁନ୍ତ, ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ଢେଙ୍କାନାଳ ର ପ୍ରତିନିଧି, ଜିଲ୍ଲା କୃଷକ ପ୍ରତିନିଧି ଗଣ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ l
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବାଜ୍ଞାନିକ ଓ ମୁଖ୍ୟ ଡ଼ଃ ବିମଳେନ୍ଦୁ ମହାନ୍ତି ଆର୍ଥିକ ବର୍ଷ 2025-26 ରେ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ହୋଇଥିବା କ୍ଷେତ୍ର ପରୀକ୍ଷଣ, କ୍ଷେତ୍ର ପ୍ରଦର୍ଶନ, ତାଲିମ କାର୍ଯ୍ୟକ୍ରମ, ମଞ୍ଜି ଓ ଚାରା ଉତ୍ପାଦନ, ମାଛ ଯାଆଁଳ, କୁକୁଡ଼ା ଚିଆଁ ଉତ୍ପାଦନ, ସମ୍ପ୍ରସାରଣ ପୁସ୍ତିକା ପ୍ରକାଶନ, କୃଷି ମେଳା ଓ ପ୍ରଦର୍ଶନୀ ଆୟୋଜନ ଇତ୍ୟାଦି କାର୍ଯ୍ୟକ୍ରମକୁ ପାୱାର ପଏଣ୍ଟ ମାଧ୍ୟ୍ୟମରେ ଉପସ୍ଥାପନ କରିଥିଲେ l ଆଗାମୀ ଆର୍ଥିକ ବର୍ଷ 2026-27 ରେ କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ କୃଷି ବିଜ୍ଞାନ କେନ୍ଦ୍ର ର ଯୋଜନା ବିଷୟରେ ମଧ୍ୟ ଉପସ୍ଥାପନ କରାଯାଇଥିଲାl ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ l
ଆଗାମୀ ଦିନରେ ପ୍ରାକୃତିକ କୃଷି, ମାଣ୍ଡିଆ ଚାଷ ରେ ଯାନ୍ତ୍ରିକରଣ, ଉନ୍ନତ ଜଳସେଚନ ପଦ୍ଧତି, ତୃଣ ନାଶକ ର ସଠିକ ବ୍ୟବହାର, ଜଳବାୟୁ ପରିବର୍ତ୍ତନ ସହନଶୀଳ କୃଷି ପଦ୍ଧତି ଇତ୍ୟାଦି ଦିଗରେ କୃଷି ବିଜ୍ଞାନ କେନ୍ଦ୍ର କୃଷି ଓ ଅନୁସଙ୍ଗିକ ବିଭାଗ ସବୁ ମିଳିମିଶି କାର୍ଯ୍ୟ କରିବାକୁ ବୈଠକ ରେ ମତ ପ୍ରକାଶ ପାଇଥିଲାl ଏହି ଅବସରରେ ଦୁଇଟି ସମ୍ପ୍ରସାରଣ ପୁସ୍ତିକା ଯଥା ସମ୍ୱନ୍ୱିତ ମାଛ ଚାଷ ଓ ଉନ୍ନତ ପ୍ରଣାଳୀରେ ରାଶି ଚାଷ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲାl ଶେଷରେ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ସମସ୍ତ ଙ୍କୁ ସେମାନଙ୍କ ଉପସ୍ଥିତି ଓ ସୁଚିନ୍ତିତ ମତାମତ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେl ଏହାପରେ ସମସ୍ତେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଥିବା ବିଭିନ୍ନ ପ୍ରଦର୍ଶନ କ୍ଷେତ୍ର ବୁଲି ଦେଖିଥିଲେl କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ର ସଫଳ ଆୟୋଜନ କରିବାରେ ସହାୟତା କରିଥିଲେl ଏହି କାର୍ଯ୍ୟକ୍ରମ ଢେଙ୍କାନାଳ କୃଷି ର ଉଭୟ ଗବେଷଣା ଓ ସମ୍ପ୍ରସାରଣ ଦିଗରେ ପଥ ପ୍ରଦର୍ଶକ ହେବ ବୋଲି ଆଶା କରାଯାଏl