ଜୟପୁର: ଜୟପୁର ଲୁଟ ମାମଲାର ପର୍ଦାଫାଶ କରିଛି ଜୟପୁର ଟାଉନ ପୋଲିସ l ଏନେଇ ଆଜି ଜୟପୁର ଟାଉନ ଥାନାରେ ଏକ ଖବର ଦାତା ସମ୍ମିଳନୀ କରି ଏସଡିପିଓ ଅର୍ଚିତା ମିତାଲି ସୂଚନା ଦେଇଛନ୍ତି l ଏହି ମାମଲାରେ 3 ନାବାଳକ ସମେତ 7ଜଣ ଲୁଟେରାକୁ କାବୁ କରାଯାଇ ଥିବା ଏସଡିପିଓ ସୂଚନା ଦେଇଛନ୍ତି l ଟାଉନଥାନା ପୋଲିସ 5 ଟି ମାମଲାରେ ଜଡିତ ରହିଥିବା ୩ ଜଣ ନାବାଳକ ସମେତ ୪ଜଣ ଲୁଚେରାଙ୍କୁ କାବୁ କରିବା ସହିତ କୋର୍ଟ ଚାଲାଣ କରିଛନ୍ତି । ସେହିପରି ଅଭିଯୁକ୍ତ ମାନଙ୍କ ନିକଟରୁ ଲୁଟ ଟଙ୍କା, ମୋବାଇଲ ଉଦ୍ଧାର କରାଯାଇଛି ।
ଗତ ମାର୍ଚ୍ଚ ୮ ତାରିଖରେ ଅପରାହ୍ନ ୩ ଟା ସମୟରେ କୁନ୍ଦୁରା ଥାନା କନ୍ଧଗୁଡା ଗ୍ରାମର ନବୀନ ସାନ୍ତା ଏବଂ ତାଙ୍କ ଦାଦା ବାଇକରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଜୟପୁର ସହର ରାଜୁ ସାହି ନିକଟରେ ୩ଜଣ ଅଭିଯୁକ୍ତ ଏକ ସ୍କୁଟି ଯୋଗେ ଉଭୟଙ୍କୁ ରାସ୍ତାରେ ଅଟକାଇ ଛୁରା ଦେଖାଇ ସାଢେ ୪ ହଜାର ଟଙ୍କା ଲୁଟ କରିଥିଲେ । ଏଥିନେଇ ସ୍ଥାନୀୟ ଜଣେ ବ୍ୟାକ୍ତିଙ୍କ ଗୃହରୁ ସିସି କ୍ୟାମେରେ ଉତ୍ତୋଳନ ହୋଇଥିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ପଟରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏହିପରି ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତ ଶିବ ଓ ବାଦଲ ସମେତ ଜଣେ ନାବାଳକଙ୍କୁ ଏହି ମାମଲାରେ ଗିରଫ କରାଯାଇ ଲୁଟରେ ବ୍ୟବହୃତ ସ୍କୁଟି, ଲୁଟ ୨ହଜାର ଟଙ୍କା ଏବଂ ଗୋଟିଏ ଛୁରା ଜବତ କରାଯାଇଥିଲା ।