ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦ ୨୦୨୪-୨୫ ବର୍ଷ ପାଇଁ ଶ୍ରେଷ୍ଠ କ୍ରିକେଟରଙ୍କ ନାମ ଘୋଷଣା କରିଛି । ଶନିବାର ହୋଇଥିବା ଘୋଷଣାରେ ଭାରତୀୟ ମହିଳା ଦଳର ବ୍ୟାଟର୍ ସ୍ମୃତି ମାନ୍ଧାନା ଏବଂ ପୁରୁଷ ଦଳର ଶୁବମନ ଗିଲ ଶ୍ରେଷ୍ଠ କ୍ରିକେଟର୍ ବିବେଚିତ ହୋଇଛନ୍ତି । ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ବିସିସିଆଇର ନମନ କାର୍ୟ୍ୟକ୍ରମରେ ଉଭୟଙ୍କୁ ପୁରସ୍କାର ପ୍ରଦାନ କରାଯିବ ।
ସ୍ମୃତି ମାନ୍ଧାନା ୩୬ ମ୍ୟାଚରେ ୧୮୦୦ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଶୁବମନ ଗିଲ୍ ୨୫ଟି ମ୍ୟାଚରେ ୧୫୬୫ ରନ୍ କରିଛନ୍ତି । ଶୁଭମନ ଦ୍ଵିତୀୟ ଥର ପାଇଁ ଏହି ପୁରସ୍କାର ହାସଲ କରିଛନ୍ତି। ପୂର୍ବରୁ ସେ ୨୦୨୩ରେ ନମନ ପୁରସ୍କାର ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ଏବଂ ଆର୍ ଅଶ୍ୱିନ ଦୁଇ ଦୁଇ ଥର ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସର୍ବାଧିକ ଥର ବିରାଟ କୋହଲି ଏବଂ ଜସପ୍ରିତ ବୁମରା ନମନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କୋହଲିଙ୍କୁ ୫ ଥର କ୍ରିକେଟର ଅଫ୍ ଦି ଇୟର ଭାବରେ ସମ୍ମାନିତ ହୋଇଛନ୍ତି ।
ସେହିପରି କ୍ରିକେଟରେ ଜୀବନବ୍ୟାପୀ ସାଧନା ପାଇଁ ପୂର୍ବତନ କ୍ରିକେଟର୍ ତଥା ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ୍, ୧୯୮୩ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ତଥା ବିସିସିଆଇ ପୂର୍ବତନ ସଭାପତି ରୋଜର୍ ବିନି ଏବଂ ମହିଳା ଦଳର ପୂର୍ବତନ କ୍ରିକେଟର୍ ମିତାଲୀ ରାଜଙ୍କୁ ସି.କେ ନାୟୁଡୁ ଲାଇଫଟାଇମ୍ ଆକଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ରାହୁଲଙ୍କ ପ୍ରଶିକ୍ଷଣରେ ପୁରୁଷ ଦଳ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା ।
ମହିଳା କ୍ରିକେଟ୍ ଦଳର ଏନ୍ ଶ୍ରୀ ଚରଣୀଙ୍କ ପ୍ରଥମ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଏବଂ ପୁରୁଷ ଦଳର ହର୍ଷିତ ରାଣାଙ୍କୁ ଟେଷ୍ଟ, ଦିନିକିଆ ଏବଂ ଟିଟ୍ୱେଣ୍ଟି ପାଇଁ ଶ୍ରେଷ୍ଠ କ୍ରିକେଟର୍ ଭାବେ ମନୋନୀତ କରାଯାଇଛି ।