ନୂଆଦିଲ୍ଲୀ: ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ-୨୦୨୬ରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ହାସଲ କରିଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ପୁରସ୍କାର ରାଶି ଘୋଷଣା କରିଛି । ଏହି ଦଳ ବିଜୟୀ ଦଳଠାରୁ ଆରମ୍ଭ କରି ସମସ୍ତ ୨୦ଟି ଦଳକୁ ମିଳିବ ।
ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିବା ପ୍ରଥମ ଦଳ ହୋଇଛି । ଏହା ବ୍ୟତୀତ ଭାରତ ଲଗାତାର ଟାଇଟଲ ଜିତିବାରେ ପ୍ରଥମ ଦଳ ହୋଇଛି । ବିସିସିଆଇ ଭାରତୀୟ ଦଳ ପାଇଁ ୧୩୧ କୋଟି ପୁରସ୍କାର ରାଶି ଘୋଷଣା କରିଛି ପ୍ରଦାନ କରିଥିଲା। ଏବେ ଆଇସିସି ପୁରସ୍କାର ରାଶି ଘୋଷଣା କରିଛି। ଆଇସିସି ୨୦୨୪ ବର୍ଷ ତୁଳନାରେ ପୁରସ୍କାର ରାଶିରେ ବୃଦ୍ଧି କରିଛି । ସମସ୍ତ ଦଳ ପାଇଁ ମୋଟ ବିଜୟୀ ଦଳ ୧ ଆରବ ୩୯ କୋଟି ୪ ଲକ୍ଷ ୪୩ ହଜାର ଟଙ୍କା ପୁରସ୍କାର ଘୋଷଣା ହୋଇଛି । ଭାରତକୁ ୨୪ କୋଟି ୨୮ ଲକ୍ଷ ୪୯ ହଜାର ୩୫୧ ଟଙ୍କା ମିଳିବ ।
ପୁରସ୍କାର ରାଶି
ଭାରତ –୨୪,୨୮,୪୯,୩୫୧ ଟଙ୍କା
ନ୍ୟୁଜିଲ୍ୟାଣ୍ଡ –୧୩,୦୮,୯୧,୭୮୯ ଟଙ୍କା
ଦକ୍ଷିଣ ଆଫ୍ରିକା –୯,୨୪,୮୯,୮୫୫ ଟଙ୍କା
ଇଂଲଣ୍ଡ – ୮,୯୬,୪୯,୭୪୧ ଟଙ୍କା
ୱେଷ୍ଟଇଣ୍ଡିଜ୍ –୪,୯୫,୧୯,୨୨୨ ଟଙ୍କା
ପାକିସ୍ତାନ – ୪,୮୦,୮୬,୧୮୨ ଟଙ୍କା
ଜିମ୍ବାୱେ – ୪,୫୨,୨୦,୧୦୩ ଟଙ୍କା
ଶ୍ରୀଲଙ୍କା – ୪,୩୭,୮୭,୧୫୫ ଟଙ୍କା
ଆଫଗାନିସ୍ତାନ –୨,୮୫,୦୧,୨୪୮ ଟଙ୍କା
ଅଷ୍ଟ୍ରେଲିଆ –୨,୮୫,୦୧,୨୪୮ ଟଙ୍କା
ଆମେରିକା –୨,୮୫,୦୧,୨୪୮ ଟଙ୍କା)
ସ୍କଟଲ୍ୟାଣ୍ଡ –୨,୫୬,୩୫,୧୮୯ ଟଙ୍କା
ଆୟରଲ୍ୟାଣ୍ଡ –୨,୪୯,୯୮,୨୯୮ ଟଙ୍କା
ଇଟାଲୀ –୨,୩୫,୬୨,୭୪୮ ଟଙ୍କା
ନେଦରଲ୍ୟାଣ୍ଡ –୨,୩୫,୬୨,୭୪୮ ଟଙ୍କା
ସଂଯୁକ୍ତ ଆରବ ଏମିରେଟ୍ସ –୨,୩୫,୬୨,୭୪୮ ଟଙ୍କା
ନେପାଳ –୨,୩୫,୬୨,୭୪୮ ଟଙ୍କା
କାନାଡା –୨,୦୬,୯୨,୫୭୫ ଟଙ୍କା
ନାମିବିଆ –୨,୦୬,୯୨,୫୭୫ ଟଙ୍କା
ଓମାନ –୨,୦୬,୯୨,୫୭୫ ଟଙ୍କା