ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଅସ୍ତ୍ରଶସ୍ତ୍ର ଓ ରଣନୀତିରେ କିଛି ଅଭାବ ନ ଥିଲା । ଭାରତର ଇଚ୍ଛା ଓ ସର୍ତ୍ତରେ ରୋକା ଯାଇଥିଲା । ଏହା ସହିତ ଭାରତୀୟ ସେନା ଆବଶ୍ୟକ ପଡିଲେ ଲମ୍ବା ଯୁଦ୍ଧ ଲଢିବାକୁ ପ୍ରସ୍ତୁତ ଥିଲା । ଗତ ବର୍ଷ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାର ଜବାବରେ ଭାରତୀୟ ସେନା ମେ ୭ରେ ଅପରେସନ ସିନ୍ଦୂର କରିଥିଲା । ଏହାରି ଆଧାରରେ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମୁଁ ପୁଣି ଥରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଆମେ ଏହି ଅପରେସନ ଏଥିପାଇଁ ବନ୍ଦ କରିନ ଥିଲୁ ଯେ, ଆମର କ୍ଷମତା କମ ହୋଇଗଲା । ଆମେ ନିଜ ଇଚ୍ଛାରେ ଏବଂ ନିଜ ସର୍ତ୍ତରେ ଏହି ଯୁଦ୍ଧ ବନ୍ଦ କରିଛୁ । ଯଦି ଆବଶ୍ୟକ ପଡିଥାନ୍ତା ତେବେ ଆମେ ଲମ୍ବା ଯୁଦ୍ଧ ଲଢିବାକୁ ବି ପ୍ରସ୍ତୁତ ଥିଲୁ । ଆମର କ୍ଷମତା ଓ ଦକ୍ଷତା ବିସ୍ତାର କରିବାର ସାମର୍ଥ୍ୟ ରହିଛି । ପୂର୍ବାପେକ୍ଷା ଆମେ ଆହୁରି ସଶକ୍ତ ଏବଂ ବଳଶାଳୀ ହୋଇଛୁ ।
ରାଜନାଥ କହିଛନ୍ତି, ଅପରେସନ ସିନ୍ଦୂର ଶତ୍ରୁର ମନରେ ଭୟ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା । କାରଣ ଭୟ ବିନା ପ୍ରେମ କିମ୍ବା ସମ୍ମାନ ମିଳେ ନାହିଁ । ଏହି ନୀତି ଅନ୍ତର୍ଜାତୀୟ ସମୁଦାୟ ପ୍ରତି ମଧ୍ୟ ଲାଗୁ ହୁଏ । ଏହା ଅନ୍ତର୍ଜାତୀୟ ସମ୍ବନ୍ଧ ଉପରେ ମଧ୍ୟ ଲାଗୁ ହୁଏ । ସେ ଏହା ମଧ୍ୟ କହିଛନ୍ତି, ହୋଇପାରେ ଅପରେସନ ସିନ୍ଦୂର ମାତ୍ର ୭୨ ଘଣ୍ଟାରେ ପୂରା ହୋଇଗଲା, ମାତ୍ର ମୁଁ ସ୍ପଷ୍ଟ କରୁଛି ଯେ, ଆମ ପ୍ରସ୍ତୁତି ଲମ୍ବା ଯୁଦ୍ଧ ପାଇଁ ଥିଲା । ଅପରେସନ ସିନ୍ଦୂର ତିନି ସେନାର ଏକଜୁଟତାର ଏକ ଉଦାହରଣ ଥିଲା ।
Also Read: ପାକିସ୍ତାନର ବନ୍ଧୁକୁ ସୁଧୁରିବାର ଶେଷ ସୁଯୋଗ! ତୁର୍କୀ ସହିତ ସମ୍ପର୍କରେ ନରମ ଆଭିମୁଖ୍ୟର ସଙ୍କେତ ଦେଲା ଭାରତ