ନୂଆଦିଲ୍ଲୀ: ବ୍ରିକ୍ସ ଦେଶ ସହ ଜଡିତ ଏକ ଖବର ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ୍ ହୋଇ ଚାଲିଥିଲା । ଏହାକୁ ଏବେ ଖଣ୍ଡନ କରିଛି ଭାରତୀୟ ବିଦେଶ ମନ୍ତ୍ରଣାଳୟ । ଭାଇରାଲ୍ ପୋଷ୍ଟରେ ଦାବି କରାଯାଇଥିଲା ଯେ, ଡଲାର ମୁକ୍ତ କାରବାରକୁ ନେଇ ଭାରତର ଆଭିମୁଖ୍ୟକୁ ନେଇ ରୁଷ ସମେତ ଅନେକ ଦେଶ ଖପ୍ପା ଅଛନ୍ତି । ପୁଣି ପ୍ରଶ୍ନ ଉଠୁଥିଲା ଯେ, ବ୍ରିକ୍ସରେ ଭାରତ ବଦଳରେ ପାକିସ୍ତାନକୁ ସ୍ଥାନ ମିଳିବ କି ?
ଗ୍ଲୋବାଲ ୱାଚଡଗ ନାମକ ଜଣେ ଏକ୍ସ ୟୁଜର ପୋଷ୍ଟ କରିଥିଲେ । ଏଥିରେ ଭାରତର ଅନେକ ଦେଶ ସହ ସମ୍ବନ୍ଧକୁ ନେଇ ଦାବି କରାଯାଇଥିଲା । ଭାରତ ବ୍ରିକ୍ସର ଡଲାର ମୁକ୍ତ ବାଣିଜ୍ୟ ପଦକ୍ଷେପକୁ ଅବରୋଧ କରିଛି ଏବଂ ନିଜକୁ ସମ୍ମିଳନୀରୁ ଅଲଗା କରି ଦେଇଛି । ଆଉ ଭାରତର ଏତାଦୃଶ୍ୟ ଦେଖି ରୁଷ, ଚୀନ, ଇରାନ ବେଶ କ୍ଷୁବ୍ଧ । କଣ ବ୍ରିକ୍ସ ଏବେ ଭାରତ ଜାଗାରେ ପାକିସ୍ତାନକୁ ନେଇ ପାରେ । ଉକ୍ତ ଭାଇରାଲ୍ ପୋଷ୍ଟରେ ଏସବୁ ଦାବି କରାଯାଇଥିଲା ।
ଭାରତ ବିଦେଶ ମନ୍ତ୍ରଣାଳୟ ଏମିତି ସବୁ ଦାବିକୁ ସଂପୂର୍ଣ୍ଣ ଖାରଜ କରିଛି । ମନ୍ତ୍ରଣାଳୟ ଭାଇରାଲ୍ ପୋଷ୍ଟର ସ୍କ୍ରିନସଟ୍ ସେୟାର କରି ଲେଖିଛି ଯେ, ଫେକ ନ୍ୟୁଜ ଆଲର୍ଟ, ପ୍ଲିଜ ସୋସିଆଲ ମିଡିଆରେ ଏମିତି ମିଥ୍ୟା ଓ ନିରାଧାର ଖବର ପ୍ରତି ସତର୍କ ରୁହନ୍ତୁ ।
କଣ ଏହି ବ୍ରିକ୍ସ ?
ବ୍ରିକ୍ସ ଦୁନିଆର ପଞ୍ଚମ ଆର୍ବିଭାବ ଅର୍ଥବ୍ୟବସ୍ଥାର ଏକ ସମୂହ । ଏହାର ମୁଖ୍ୟ ଉଦ୍ଦେଶ୍ୟ ସଦସ୍ୟ ଦେଶଗୁଡିକ ମଧ୍ୟରେ ଆର୍ଥିକ ସହଯୋଗ ବଢାଇବା ଏବଂ ବୈଶ୍ୱିକ ରାଜନୀତିରେ ନିଜର କଥା ମଜବୁତ ସହ ରଖିବା । ଏଥିରେ ବ୍ରାଜିଜ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ୍ । ନିକଟରେ ବ୍ରିକ୍ସ ଦେଶଗୁଡିକର ମନ୍ତ୍ରୀଙ୍କ ଏକ ବୈଠକ ବସିଥିଲା ।