ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ର ଟାଇଟଲ ଅନେକ ଦୃଷ୍ଟିରୁ ଐତିହାସିକ । ପ୍ରଥମ ଥର କୌଣସି ଦଳ ନିଜର ଘରୋଇ ମାଟିରେ ଟି-୨୦ ବିଶ୍ୱକପ୍ ଜିତିବାରେ ସଫଳ ହୋଇଛି । ଏହା ସହିତ ଟିମ୍ ଇଣ୍ଡିଆ ତୃତୀୟ ଥର ଚାମ୍ପିଅନ ହୋଇଛି । ସୂର୍ଯ୍ୟକୁମାର ଯାଦବ ସେହି ଭାରତୀୟ ଅଧିନାୟକଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି, ଯାହାଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଚାମ୍ପିଅନ ହୋଇଛି । ତେବେ ଭାରତର ଏହି ବିଜୟକୁ ସେତେଟା ଗୁରୁତ୍ୱ ଦେଇ ନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଷ୍ୟକାର ସଞ୍ଜୟ ମାଞ୍ଜରେକର । ଏହାକୁ ନେଇ ସେ ବଡ ବୟାନ ବି ଦେଇଛନ୍ତି ।
ଉଲ୍ଲେଖନୀୟ ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ବିଶ୍ୱକପ୍ ଜିତିଥିଲା । ପୁଣି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୦୭ ଏବଂ ୨୦୧୧ରେ କମାଲ କରିଥିଲା ଭାରତ । ଏହା ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୨୦୨୪ ଓ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୨୦୨୬ ବିଶ୍ୱକପ୍ ଜିତିଛି ଭାରତ । ମାତ୍ର ଭାରତର ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକରଙ୍କ କହିବା କଥା ତିନି ଟି-୨୦ ବିଶ୍ୱକପ ୧୯୮୩ କିମ୍ବା ୨୦୧୧ର ଦିନକିଆ ବିଶ୍ୱକପ ବିଜୟର ଆଖପାଖରେ ବି ନାହିଁ ।
ମାଞ୍ଜରେକର ଏକ୍ସରେ ଲେଖିଛନ୍ତି ୧୯୮୩ ଓ ୨୦୧୧ ଦିନିକିଆ ବିଶ୍ୱକପର ବିଜୟର ମହତ୍ୱ ଅଧିକ ରହିଛି । ଆମେ ଏହି ବିଶ୍ୱକପ୍ ଟାଇଟଲକୁ ଉଚିତ୍ ଦୃଷ୍ଟିକୋଣରୁ ଦେଖିବା ଦରକାର । ଭାରତର ଟି-୨୦ ବିଶ୍ୱକପ୍ ବିଜୟର ଆହ୍ୱାନ ଓ ଶୁଦ୍ଧତା କପିଲ ଦେବଙ୍କ ନେତୃତ୍ୱରେ ୧୯୮୩ ଏବଂ ଧୋନୀଙ୍କ ନେତୃତ୍ୱରେ ୨୦୧୧ ଦିନିକିଆ ବିଶ୍ୱକପ୍ ବିଜୟର ଆଖପାଖରେ ବି ନାହିଁ ।
Also read: କ୍ଷମା ମାଗିବା ପରେ ବି ଅର୍ଶଦୀପଙ୍କ ଉପରେ ICCର ବଡ଼ ଆକ୍ସନ, ଜାଣନ୍ତୁ କାରଣ