ମୁମ୍ବାଇ: ବହୁ କଳ୍ପନା ଜଳ୍ପନ ପରେ IPL 2026 କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ। ପ୍ରଥମ ୨୦ଟି ମ୍ୟାଚ୍ ପାଇଂ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଇପିଏଲର ୧୯ତମ ସଂସ୍କରଣର ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ପ୍ରଥମ ୨୦ଟି ମ୍ୟାଚ୍ ଖେଳାଯିବ।
ଚଳିତ ସିଜିନରେ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍ ମାର୍ଚ୍ଚ ୨୮ରେ ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ୧୫ ଦିନିଆ କାର୍ଯ୍ୟସୂଚୀରେ ଦୁଇଟି ଡବଲ୍ ହେଡର ମ୍ୟାଚ୍ ରହିଛି। ପ୍ରଥମ ଡବଲ୍ ହେଡର ମ୍ୟାଚ୍ ୪ ଏପ୍ରିଲ ୪ରେ ଖେଳାଯିବ। ଦ୍ଵିତୀୟ ଡବଲ୍ ହେଡର ଏପ୍ରିଲ ୫ରେ ଖେଳାଯିବ।
ଚଳିତ ବର୍ଷ ଦେଶର କିଛି ରାଜ୍ୟର ନିର୍ବାଚନ ହେବାକୁ ଯାଉଛି। ଏହାର ତାରିଖ ଘୋଷଣା ପରେ ଆଇପିଏଲର ବାକି ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଆଗାମୀ ମାସରେ ଦେଶର ଚାରୋଟି ରାଜ୍ୟ କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ଆୟୋଗ ଏପ୍ରିଲରେ ତାରିଖ ଘୋଷଣା କରିବେ। ୧୫ ଦିନିଆ କାର୍ଯ୍ୟସୂଚୀରେ ଦୁଇଟି
ଉଦଘାଟଣୀ ମ୍ୟାଚ୍ ମାର୍ଚ୍ଚ ୨୮ରେ ଡିଫେଣ୍ଡିଂ ଚାମ୍ପିଅନ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୯ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୩୦ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାଜସ୍ଥାନର ଘରୋଇ ଗ୍ରାଉଣ୍ଡ ଗୌହାଟିର ବରସାପରା ଷ୍ଟାଡିୟମରେ ଖେଳାଯିବ।
ସେହିପରି ମାର୍ଚ୍ଚ ୩୧ରେ ଗୁଜୁରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଏହି ମୁକାବିଲା ପଞ୍ଜାବର ଘରୋଇ ମଇଦାନ ମୁଲତାନପୁରରେ ଖେଳାଯିବ। ଏପ୍ରିଲ ୧ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସହିତ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ LSGର ଘରୋଇ ପଡ଼ିଆରେ ଖେଳାଯିବ।
Also read: ପୁରସ୍କାର ରାଶି ଘୋଷଣା କଲା ଆଇସିସି, ସମସ୍ତ ୨୦ଟି ଦଳକୁ ମିଳିବ ଟଙ୍କା