ଚଳିତ ବର୍ଷ ଆଇପିଏଲରେ ସଂଘର୍ଷ କରୁଛି ଚେନ୍ନାଇ ସୁପର କିଙ୍ଗ୍ସ । ଏକାଧିକ ଖେଳାଳି ଆହତ ଥିବାରୁ ଚଳିତ ସିଜିନରେ ଚେନ୍ନାଇକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଦଳର ମୁଖ୍ୟ ଖେଳାଳି ତଥା ଚେନ୍ନାଇର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆହତ ଥିବାରୁ ଚେନ୍ନାଇ ଫ୍ୟାନ୍ସ ନିରାଶ ଅଛନ୍ତି । ଚଳିତ ସିଜିନ ଆରମ୍ଭ ହେବା ପୂର୍ବରୁ ଧୋନି ପ୍ରଥମ କିଛି ମ୍ୟାଚରୁ ବାଦ ପଡିବେ ବୋଲି ଚେନ୍ନାଇ ପକ୍ଷରୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ଅଧା ମ୍ୟାଚ ଖେଳିସାରିଥିଲେ ମଧ୍ୟ ଧୋନିଙ୍କ ଫିଟନେସକୁ ନେଇ କୌଣସି ସୂଚନା ମିଳିପାରିନାହିଁ । ଯାହାକୁ ନେଇ ଫ୍ୟାନ୍ସ ନିରାଶ ଅଛନ୍ତି ଓ କେବେ ଧୋନି ଖେଳିବେ ସେ ନେଇ ମଧ୍ୟ ଆଲୋଚନା କରୁଛନ୍ତି ।
ତେବେ ମହେନ୍ଦ୍ର ସିଂ ଧୋନିଙ୍କ ନେଟ ପ୍ରାକ୍ଟିସ ଭିଡିଓ କିଛି ଦିନ ତଳେ ଭାଇରାଲ ହୋଇଥିଲା । ଯାହାକୁ ଦେଖି ଫ୍ୟାନ୍ସ ବେଶ ଉତ୍ସାହିତ ଥିବା ସହ ଧୋନିଙ୍କ କମ୍-ବ୍ୟାକ୍ ପାଇଁ ଅପେକ୍ଷା କରିଥିଲେ । ଶୁଣିବାକୁ ମିଳୁଥିଲା ଧୋନି ମୁମ୍ବାଇ ବିପକ୍ଷ ମ୍ୟାଚରେ ଖେଳିପାରନ୍ତି, କିନ୍ତୁ ଏହି ମ୍ୟାଚରେ ମଧ୍ୟ ଖେଳିନଥିଲେ ଧୋନି । ପଡିଆରେ ଧୋନିଙ୍କ ଅନୁପସ୍ଥିତିରେ ଚେନ୍ନାଇ ସଂଘର୍ଷ କରୁଛି । ଚଳିତ ସିଜିନରେ ଜଣେ ପରେ ଜଣେ ଷ୍ଟାର ଖେଳାଳି ଆହତ ହେବା କାରଣରୁ ଚେନ୍ନାଇ ଫ୍ୟାନ୍ସ ନିରାଶ ଅଛନ୍ତି ଓ ଧୋନି କେବେ ଖେଳିବେ ସେ ନେଇ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି । ତେବେ ଏନେଇ କୌଣସି ସୂଚନା ମିଳିପାରିନଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚରେ ଧୋନି ଖେଳିବେ ବୋଲି ଶୁଣିବାକୁ ମିଳୁଛି ।