ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ଦିବଙ୍ଗତ ସ୍ୱାମୀ ବ୍ୟବସାୟୀ ସଞ୍ଜୟ କପୁରଙ୍କ ସମ୍ପତ୍ତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ମାମଲାର ଶୁଣାଣି ଅନ୍ତ ନ ହେବା ଯାଏ ସଞ୍ଚୟଙ୍କ ସମ୍ପତ୍ତି 'ଯଥାସ୍ଥିତି' ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ସଞ୍ଜୟଙ୍କ ସମ୍ପତ୍ତିରେ କେହି ହାତ ମାରିବେ ନାହିଁ । ଏମିତି ତୃତୀୟ ବ୍ୟକ୍ତି ମଧ୍ୟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଫଳରେ କରିସ୍ମା କପୁରଙ୍କ ପିଲାଙ୍କ ପାଇଁ ଏହା ଆଶ୍ୱସ୍ତି ଖବର ଆଣିଥିବାବେଳେ ସଞ୍ଜୟଙ୍କ ଦ୍ୱିତୀୟ ପତ୍ନୀ ପ୍ରିୟା କପୁରଙ୍କ ଏକ ଶକ୍ତ ଝଟକା ଲାଗିଛି ।
ସଞ୍ଚୟ କପୁରଙ୍କ ସମ୍ପତ୍ତିକୁ ନେଇ ତାଙ୍କର ପ୍ରଥମ ପତ୍ନୀ କରିସ୍ମା କପୁରଙ୍କ ଦୁଇ ପିଲାଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଯାହାର ଆଜି ଶୁଣାଣି କରି କରିସ୍ମାଙ୍କ ପିଲାଙ୍କ ସପକ୍ଷରେ ରାୟ ଦେଇଛନ୍ତି ହୋଇଛି । ହାଇକୋର୍ଟ ସଞ୍ଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ସମସ୍ତ ସମ୍ପତ୍ତିର ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟଙ୍କ ସମ୍ପତ୍ତିରେ କୌଣସି ତୃତୀୟ ବ୍ୟକ୍ତି ମଧ୍ୟ ହସ୍ତକ୍ଷେପ କରିପାରିବେ ନାହିଁ । ଅର୍ଥାତ ପ୍ରିୟା ଏଥିରେ ନିଜର ମନମାନି କରିପାରିବେ ନାହିଁ । ସେହିପରି ବିଦେଶରେ ଥିବା ଆକାଉଣ୍ଟ ଏବଂ କ୍ରିପ୍ଟୋକରେନ୍ସିରେ ମଧ୍ୟ ସମାନ ଆଦେଶ ଲାଗୁ ହେବ । ମାମଲାର ଶୁଣାଣି ଶେଷ ନ ହେବା ଯାଏ କୋର୍ଟଙ୍କ ଏହି ଆଦେଶ ବଳବତ୍ତର ରହବି । ସମସ୍ତ ବ୍ୟାଙ୍କ ଆକାଉଣ୍ଟର ଦସ୍ତାବିଜ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଆଇନଗତ ପ୍ରକ୍ରିୟାରେ ଅଧିକ ସମୟ ଲାଗିପାରେ ତେଣୁ ବ୍ୟାଙ୍କର ଯଥାସ୍ଥିତି ବଜାୟ ରହିବା ଅତ୍ୟନ୍ତ ଆବଶ୍ୟକ । କରିସ୍ମାଙ୍କ ପିଲାଙ୍କ ପକ୍ଷରୁ ଅଣାଯାଇଥିବା ସମସ୍ତ ଅଭିଯୋଗର ଉତ୍ତରଦାୟୀ ରହିବେ ପ୍ରିୟା । ସେ ସମସ୍ତ ପ୍ରଶ୍ନର ଦେବାକୁ ବାଧ୍ୟ ।
କରିସ୍ମା କପୁରଙ୍କ ଦୁଇ ପିଲା ପକ୍ଷରୁ ବାପାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ଆବେଦନ କରାଯାଇଥିଲା । ସମ୍ପତ୍ତି ହେରଫେର ହେବା ଆଶଙ୍କାରେ ସୁରକ୍ଷା ପାଇଁ ଏହି ଆବେଦନ କରାଯାଇଛି ।