ନୂଆଦିଲ୍ଲୀ: ଅଜିତ ଅଗରକର ଯେବେଠୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ସମ୍ଭାଳିଛନ୍ତି ତା ପରଠୁ ଦଳ ତିନୋଟି ଆଇସିସି ଟ୍ରଫି ଜିତି ସାରିଲାଣି । ଏବେ ଅଗରକର ବିସିସିଆଇ ସାମ୍ନାରେ ଏକ ଖାସ୍ ଦାବି ରଖିଛନ୍ତି । ଯଦି ବିସିସିଆଇ ଅଗକରରଙ୍କ ଏହି ଦାବି ମାନି ନିଏ ତେବେ ବୋର୍ଡକୁ ବେଶ ଆର୍ଥିକ ଫାଇଦା ମିଳିବ । ରିପୋର୍ଟ ମୁତାବକ ଅଜିତ ଅଗରକର ବିସିସିଆଇକୁ ମୁଖ୍ୟ ଚୟନକର୍ତ୍ତା ଭାବେ ତାଙ୍କର କଣ୍ଟ୍ରାକ୍ଟକୁ ଆଗକୁ ବଢାଇବାକୁ କହିଛନ୍ତି । ସେ ଦାବି କରିଛନ୍ତି ଯେ, ଆସନ୍ତା ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ପଦରେ ରଖାଯାଉ ।
ଅଜିତ ଅଗକର ପ୍ରଥମରୁ ହିଁ ବିସିସିଆଇକୁ ଗୋଟିଏ ବର୍ଷ ଅବଧି ବଢାଇବାକୁ କହି ସାରିଛନ୍ତି । ଏବେ ପ୍ରଶ୍ନ ଉଠୁଛି କଣ ବିସିସିଆଇ ତାଙ୍କୁ ସୁଯୋଗ ଦେବ ? ଯଦି ଅଗରକରଙ୍କ ମୁଖ୍ୟ ଚୟନକର୍ତ୍ତା ଭାବେ ରିପୋର୍ଟ ଦେଖିବା ତେବେ ବହୁତ ଚମତ୍କାର ରହିଛି । ଏହି ପୂର୍ବତନ ଭାରତୀୟ ଖେଳାଳିଙ୍କ ନେତୃତ୍ୱରେ ଏହି ଚୟନକର୍ତ୍ତା କମିଟି ଯେଉଁ ଯେଉଁ ଦଳ ଚୟନ କରିଥିଲା ସେହି ଦଳ ୨୦୨୪ ଟି-୨୦ ବିଶ୍ୱକପ୍, ଟି-୨୦ ବିଶ୍ୱକପ୍ ୨୦୨୬ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ମୁତାବକ ଅତିତ ଅଗରକର ଏବେ ନିଜର କଣ୍ଟ୍ରାକ୍ଟ ଆଉ ଗୋଟିଏ ବର୍ଷ ବଢାଇବାକୁ ବିସିସିଆଇକୁ ଦରଖାସ୍ତ ଦେଇଛନ୍ତି ।
ଅଗରକରଙ୍କୁ ସମର୍ଥନ କରନ୍ତି ଗମ୍ଭୀର
ଅଜିତ ଅଗରକରଙ୍କ ସହ ବଡ କଥା ଏହା ଯେ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତାଙ୍କୁ ପୂର୍ଣ୍ଣ ସମର୍ଥନ କରନ୍ତି । ଦୁହେଁ ମିଶି ଭାରତୀୟ କ୍ରିକେଟ୍ ଦଳରେ ବହୁତ ପରିବର୍ତ୍ତନ ଆଣିଛନ୍ତି । ଏଥିରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ଟେଷ୍ଟ ଓ ଟି-୨୦ରୁ ସନ୍ନ୍ୟାସ ସାମିଲ୍ । ଏହି ଦୁଇ ଜଣଙ୍କ ନେତୃତ୍ୱରେ ଭାରତୀୟ ଦଳ ଛିଡା ହୋଇଛି ଏବଂ ଦମଦାର ପ୍ରଦର୍ଶନ ମଧ୍ୟ କରୁଛି । କିନ୍ତୁ ଟେଷ୍ଟ କ୍ରିକେଟରେ ଉଭୟଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏଥର ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଭାରତ ଫାଇନାଲରେ ପହଞ୍ଚିବା ମୁସ୍କିଲ ଲାଗୁଛି ।
Also read: ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏହି ଦେଶରେ ଖେଳିବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵି