ଭୁବନେଶ୍ୱର: ଆଜି ରାଜଧାନୀ ରାଜରାସ୍ତାରେ ହଜାର ହଜାର ପାଚିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଧାନସଭା ସମ୍ମୁଖରେ ମହିଳାମାନେ ଅହୋରାତ୍ର ଧାରଣାରେ ବସିଛନ୍ତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି ।
ବକେୟା ଥିବା ତିନି ମାସର ଦରମା, ଦରମା ବୃଦ୍ଧି, ନିଯୁକ୍ତି ପତ୍ର ପ୍ରଦାନ, ସମାନ କାମକୁ ସମାନ ଦରମା, ଅବସର ବୟସ ସୀମା ୬୨କୁ ବୃଦ୍ଧି, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ ଓ ବିଗତ ସରକାର ଘୋଷଣା କରିଥିବା ମୃତ୍ୟୁ କାଳୀନ ସହାୟତା ୧ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି ।
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପାଚିକା ସଂଘ ସହିତ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବାବୁ ସିଂ ଆନ୍ଦୋଳନକାରୀ ପାଚିକାଙ୍କୁ ଭେଟିଛନ୍ତି । ସମାନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି ।