ଧର୍ମଗଡ: ନିର୍ମାଣ ଚାଲିଥିଲା ଶିଳ୍ପ ତାଲିମ କେନ୍ଦ୍ରର ଏକ ରୁଫ୍ ଲିଫ୍ଟରୁ ହଠାତ୍ ଖସିପଡିଲେ ଶ୍ରମିକ। ଧର୍ମଗଡ଼ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ମୃତ ଶ୍ରମିକ ବଡଘୁମର ଗାଁର ୩୫ ବର୍ଷୀୟ ରାଜେନ୍ଦ୍ର ଗୋପାଳ।
ଘଟଣା ମୁତାବିକ, ରାଜେନ୍ଦ୍ର ଗୋପାଳ ଓ ତାଙ୍କ ପତ୍ନୀ ଏହି ସଂସ୍ଥାରେ ଲିଫ୍ଟ କାମ କରୁଥିବା ବେଳେ ଲିଫ୍ଟଟି ହଠାତ୍ ଦୁଇ ମହଲାରୁ ତଳକୁ ଖସିପଡ଼ିଥିଲେ। ସାଥୀ ଶ୍ରମିକ ଓ କର୍ମଚାରୀମାନେ ତୁରନ୍ତ ରାଜେନ୍ଦ୍ରଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଯନ୍ତ୍ରୀଙ୍କ କହିବାନୁସାରେ, ଲିଫ୍ଟରୁ ରୁଫରେ ସଟସର୍କିଟ ହେବାରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥାଇପାରେ। ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ମୃତଦେହକୁ ରାଜରାସ୍ତା ରଖି ଅବରୋଧ କରିଛନ୍ତି। ଏହି ଘଟଣା ଶ୍ରମିକ ସୁରକ୍ଷା ଓ ନିର୍ମାଣ ସ୍ଥଳର ନିୟମ ଉପରେ ଗଭୀର ପ୍ରଶ୍ନ ଉଠାଇଛି